Masthead

ସହାୟତା ଅପେକ୍ଷାରେ ବାବୁଲି

ଚମ୍ପୁଆ, (ବଡ଼ ଖବର ବ୍ୟୁରୋ): ବାଟ ହୁଡୁଛି ସରକାରୀ ଯୋଜନା । ଅସହାୟଙ୍କୁ ମିଳୁନି ସହାୟତା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଫୁଲକଳେଇଁ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ, ଗାଁର ବାବୁଲି ନାୟକ । ବୟସ ୫୦ରୁ ଛୁଇଁଲାଣି । ସାହା ଭରଷା କହିଲେ କେହି ନାହିଁ । ପେଟକୁ ଦାନା ଯୋଗାଡ଼ କରିବାକୁ ଭିକ୍ଷାବୃତ୍ତି କରୁଛନ୍ତି । ସରକାରୀ ସହାୟତା ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ ।

ପଥର ଖାଦାନରେ କାମ କରୁଥିବା ବେଳେ ପଥର ଖସି ବାବୁଲିଙ୍କ ବାମଗୋଡ ଭାଙ୍ଗଯାଇଥିଲା । ପୂର୍ବରୁ ଯାହା ସଂଞ୍ଚୟ କରିଥିଲେ ଚିକିତ୍ସାରେ ସବୁ ସରିଯାଇଥିଲେ ସୁଦ୍ଧା ସୁଫଳ ମିଳିନଥିଲା । ଗୋଡ଼ ଭାଙ୍ଗଯିବା ପରେ ଘରେ ବସି ରହିଥିଲେ ବାବୁଲି । ବେରୋଜଗାର ହୋଇଯିବାରୁ  ସ୍ତ୍ରୀ ,ବାବୁଲିଙ୍କୁ ଛାଡି ଚାଲି ଯାଇଥିଲେ । ଶେଷରେ ଭୋକର ଦାଉ ସହି ନ ପାରି ଭିକ୍ଷା ବୃତ୍ତିକୁ ଆଦରିଛନ୍ତି ବାବୁଲି । ବାଉଁଶ ଠେଙ୍ଗା ସାହାଯ୍ୟରେ ବଡ଼ କଷ୍ଟରେ ଚମ୍ପୁଆ, ତୁରୁମୁଙ୍ଗ ଓ କରଞ୍ଜିଆ ବଜାରରେ ଭିକ୍ଷାମାଗି ପେଟ ପୋଷୁଛନ୍ତି । ଦୀର୍ଘ ୧୦ବର୍ଷ ହେବ ସେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ଏଯାବତ ତାଙ୍କୁ ଭତ୍ତା ମିଳିନାହିଁ, ରାସନକାର୍ଡ ଓ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଭିକ୍ଷା ବୃତ୍ତି ସାମାଜିକ କଳଙ୍କ ବୋଲି କହୁଥିବା ବାବୁଲି ସହାୟତା ପାଇଲେ ସେ ଏହା ଛାଡି ଛାଡି ଛୋଟ ବ୍ୟବସାୟ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ