ସହାୟତା ଅପେକ୍ଷାରେ ବାବୁଲି

ଚମ୍ପୁଆ, (ବଡ଼ ଖବର ବ୍ୟୁରୋ): ବାଟ ହୁଡୁଛି ସରକାରୀ ଯୋଜନା । ଅସହାୟଙ୍କୁ ମିଳୁନି ସହାୟତା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଫୁଲକଳେଇଁ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ, ଗାଁର ବାବୁଲି ନାୟକ । ବୟସ ୫୦ରୁ ଛୁଇଁଲାଣି । ସାହା ଭରଷା କହିଲେ କେହି ନାହିଁ । ପେଟକୁ ଦାନା ଯୋଗାଡ଼ କରିବାକୁ ଭିକ୍ଷାବୃତ୍ତି କରୁଛନ୍ତି । ସରକାରୀ ସହାୟତା ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ ।

ପଥର ଖାଦାନରେ କାମ କରୁଥିବା ବେଳେ ପଥର ଖସି ବାବୁଲିଙ୍କ ବାମଗୋଡ ଭାଙ୍ଗଯାଇଥିଲା । ପୂର୍ବରୁ ଯାହା ସଂଞ୍ଚୟ କରିଥିଲେ ଚିକିତ୍ସାରେ ସବୁ ସରିଯାଇଥିଲେ ସୁଦ୍ଧା ସୁଫଳ ମିଳିନଥିଲା । ଗୋଡ଼ ଭାଙ୍ଗଯିବା ପରେ ଘରେ ବସି ରହିଥିଲେ ବାବୁଲି । ବେରୋଜଗାର ହୋଇଯିବାରୁ  ସ୍ତ୍ରୀ ,ବାବୁଲିଙ୍କୁ ଛାଡି ଚାଲି ଯାଇଥିଲେ । ଶେଷରେ ଭୋକର ଦାଉ ସହି ନ ପାରି ଭିକ୍ଷା ବୃତ୍ତିକୁ ଆଦରିଛନ୍ତି ବାବୁଲି । ବାଉଁଶ ଠେଙ୍ଗା ସାହାଯ୍ୟରେ ବଡ଼ କଷ୍ଟରେ ଚମ୍ପୁଆ, ତୁରୁମୁଙ୍ଗ ଓ କରଞ୍ଜିଆ ବଜାରରେ ଭିକ୍ଷାମାଗି ପେଟ ପୋଷୁଛନ୍ତି । ଦୀର୍ଘ ୧୦ବର୍ଷ ହେବ ସେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ଏଯାବତ ତାଙ୍କୁ ଭତ୍ତା ମିଳିନାହିଁ, ରାସନକାର୍ଡ ଓ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଭିକ୍ଷା ବୃତ୍ତି ସାମାଜିକ କଳଙ୍କ ବୋଲି କହୁଥିବା ବାବୁଲି ସହାୟତା ପାଇଲେ ସେ ଏହା ଛାଡି ଛାଡି ଛୋଟ ବ୍ୟବସାୟ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!