Masthead

୧୯୯୩ ଆଜିର ଦିନ, ମୁମ୍ବାଇ ପାଇଁ ଥିଲା ବ୍ଲାକ ଫ୍ରାଇଡେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମାର୍ଚ୍ଚ ୧୨, ୧୯୯୩ । ମୁମ୍ବାଇ ପାଇଁ ଥିଲା ବ୍ଲାକ ଫ୍ରାଇଡେ । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରତିଦିନ ଭଳି ସାଧାରଣ ଭାବେ କାମ ଚାଲିଥିଲା । ଦିନ ପ୍ରାୟ ୧ଟା ୩୦ । ଏକ୍ସଚେଞ୍ଜର ୨୮ ମହଲା ବିଲଡିଂର ବେସମେଣ୍ଟରେ ଶୁଭିଲା ବିସ୍ଫୋରଣର ଶଦ୍ଦ । ଆଉ ଦୋହୋଲି ଯାଇଥିଲା ସମ୍ପୂର୍ଣ୍ଣ ବିଲଡିଂ ।ଚାଲିଯାଇଥିଲା ୫୦ ଲୋକଙ୍କ ଜୀବନ । ଏହା ଥିଲା ପ୍ରଥମ ଝଟକା । ଅଧଘଣ୍ଟା ପରେ ଦ୍ୱିତୀୟ ବିସ୍ଫୋରଣ । ଆଉ ଏହି ସିସ୍ଫୋରଣ ହୋଇଥିଲା ଏକ କାରରେ । ଏହା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା ।

ସମ୍ପୂର୍ଣ୍ଣ ମୁମ୍ବାଇରେ ୧୨ଟି ସ୍ଥାନରେ ୧୩ ବିସ୍ଫୋରଣ ହୋଇଥିଲା । ଏହି ସିରିଏଲ ବିସ୍ଫୋରଣରେ ୨୫୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୧୩ ଆହତ ହୋଇଥିଲେ । ଆଜି ବି ମୁମ୍ବାଇବାସୀଙ୍କ ମନରେ ସେଦିନର ଘଟଣା ତାଜା ହୋଇ ରହିଛି । ଏହି ବିସ୍ଫୋରଣ ମୁମ୍ବାଇରେ ହୋଇଥିବା ଦଙ୍ଗାର କିଛି ସମୟ ପରେ ହୋଇଥିବାରୁ ଏହା ଦଙ୍ଗାର ପ୍ରତିଶୋଧ ବୋଲି କୁହାଯାଇଥିଲା । ଏହି ସିରିଏଲ ବିସ୍ଫୋରଣରେ ମୁମ୍ବାଇ ସମ୍ପୂର୍ଣ୍ଣ ଦୋହଲି ଯାଇଥିଲା । ପୋଲିସ କହିଥିଲା ଏହି ବିସ୍ଫୋରଣ ଭାରତ ବାହାରେ ଥିବା ଆତଙ୍କବାଦୀ ଦାଉଦ ଇବ୍ରାହିମ କରାଇଥିଲେ ।

ସମସ୍ତ ଯୋଜନା ଟାଇଗର ମେମନ କରିଥିଲେ । ହେଲେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ଧରା ଯାଇନାହିଁ । ଏହି ମାମଲାରେ ତଳ କୋର୍ଟ ୧୨ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଏଥିରେ ୟାକୁବ ମେମନ ବି ଥିଲେ, ଯାହାଙ୍କୁ ୨୦୧୫ରେ ଫାଶି ଦିଆଯାଇଥିଲା । ୟାକୁବ ମେମନ ମୁଖ୍ୟ ଅଭିଯୁକ୍ତ ଟାଇଗରର ଭାଇ ଥିଲେ । ଏହି ବିସ୍ଫୋରଣରେ ଯେତେବେଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ନାମ ସାମ୍ନାକୁ ଆସିଥିଲା, ସେତେବେଳେ ଲୋକେ ବିଶ୍ୱାସ କରିପାରି ନ ଥିଲେ । ସଞ୍ଜୟ ଦତ୍ତଙ୍କୁ ୨୦୦୬ରେ ମୁମ୍ବାଇର ଟାଡା କୋର୍ଟ ଏକେ-୫୬ ରଖିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ, ହେଲେ ଅନ୍ୟ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ