Masthead

ଆପଣ ଜଣେ ପ୍ରଧାନମନ୍ତ୍ରୀ, ଭଗବାନ ନୁହନ୍ତି : ପୱନ ଖେରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପୱନ ଖେରା । ଇଂଲଣ୍ଡ୍‌ ଗସ୍ତରେ ଥିବା ବେଳେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପାଇଁ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଖେରା କହିଛନ୍ତି, ଦେଶର ବୟୋଜ୍ୟେଷ୍ଠ ଓ ପୂର୍ବଜମାନଙ୍କୁ ଗାଳିଗୁଲଜ କରି ପ୍ରଧାନମନ୍ତ୍ରୀ ୯ ବର୍ଷ ନଷ୍ଟ କରିଛନ୍ତି। ଗତ ୭୦ ବର୍ଷରେ କିଛି ହୋଇ ନ ଥିବା କଥା କହି ଆପଣ ୩ ପିଢ଼ୀଙ୍କୁ ଅପମାନ ଦେବାବେଳେ ଦେଶର ମର୍ଯ୍ୟାଦା ପ୍ରତି ଧ୍ୟାନ ଦେଲେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଆପଣ ସାମାନ୍ୟ ଜଣେ ପ୍ରଧାନମନ୍ତ୍ରୀ, ଆପଣ ଭଗବାନ ନୁହନ୍ତି । ଇଂଲଣ୍ଡ ଗସ୍ତରେ ଥିବାବେଳ ରାହୁଲ୍‌ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ରର ବିଭବ ସବୁ ବିପଦଗ୍ରସ୍ତ ହୋଇପଡ଼ିଛି। ରାହୁଲ୍‌ଙ୍କ ଟିପ୍ପଣୀକୁ ୧୨ଶହ ଶତାବ୍ଦୀର ସମାଜ ସଂସ୍କାରକ ବାସବେଶ୍ବର, କର୍ଣ୍ଣାଟକବାସୀ, ମହାନ୍‌ ଭାରତୀୟ ପରମ୍ପରା ଓ ଭାରତର ନାଗରିକମାନଙ୍କ ପ୍ରତି ଅପମାନ ବୋଲି ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକରେ ରବିବାର ଦିନ ପ୍ରଧାନମନ୍ତ୍ରୀ କହିଥିଲେ। ଏହାର କିଛି ସମୟ ପରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ କହିଲା ଯେ, ପ୍ରଧାନମନ୍ତ୍ରୀ ହିଁ ଗଣତନ୍ତ୍ରକୁ ବିପଦଗ୍ରସ୍ତ କରାଉଛନ୍ତି। ସେଥିପାଇଁ ଗଣତନ୍ତ୍ର ଉପରେ ଆଲୋଚନା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା