Masthead

ନିଆଁର ଆଁରେ ଶିମିଳିପାଳ

ବାରିପଦା (ବଡ଼ ଖବର ବ୍ୟୁରୋ): ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ । ନିଆଁ ପୂରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ରାତିରେ ଶିମିଳିପାଳ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି । ଶିମିଳିପାଳ ଅଭୟାରଣ୍ୟର ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍ ଅଂଚଳର ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଂଚଳରେ ବ୍ୟାପକ ଭାବେ ଲାଗିଛି ନିଆଁ । ସେହିପରି ତାଲବନ୍ଧରେଞ୍ଜର ଅଧିକାଂଶ ଅଞ୍ଚଳ, ଠାକୁରମୁଣ୍ଡା, କରଞ୍ଜିଆ ଅଂଚଳରେ ଥିବା ଜଙ୍ଗଲ ମଧ୍ୟ ହୁ ହୁ ହୋଇ ଜଳୁଛି ।

ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଥିବା ବେଳେ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ମାଣିକପୁର ଅଂଚଳରେ ନିଆଁ ଲାଗିଥିବା ବେଳେ ଉକ୍ତ ନିଆଁ ଆୟତ ହୋଇ ନଥିବାରୁ ତାହା ଅନନ୍ତପୁର ବିଟ୍ ଅଂଚଳକୁ ବ୍ୟାପିଛି । ନିଆଁ ଏତେ କ୍ଷୀପ୍ର ଗତିରେ ବ୍ୟାପୁଛି ଯେ କମ୍ ସମୟ ମଧ୍ୟରେ ଅନନ୍ତପୁର ବିଟ୍ ଅଂଚଳର ବହୁ ବଡ ବଡ ଗଛ, ଔଷଧୀୟ ବୃକ୍ଷ ପାଉଁଶ ହୋଇଯାଉଛି । ଜଣେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବାନୁସାରେ ନିଆଁ ଶିମିଳିପାଳର ଉପରମୁଣ୍ଡରେ ଲାଗିଛି ଏବଂ ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା