Masthead

ନିଆଁର ଆଁରେ ଶିମିଳିପାଳ

ବାରିପଦା (ବଡ଼ ଖବର ବ୍ୟୁରୋ): ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ । ନିଆଁ ପୂରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ରାତିରେ ଶିମିଳିପାଳ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି । ଶିମିଳିପାଳ ଅଭୟାରଣ୍ୟର ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍ ଅଂଚଳର ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଂଚଳରେ ବ୍ୟାପକ ଭାବେ ଲାଗିଛି ନିଆଁ । ସେହିପରି ତାଲବନ୍ଧରେଞ୍ଜର ଅଧିକାଂଶ ଅଞ୍ଚଳ, ଠାକୁରମୁଣ୍ଡା, କରଞ୍ଜିଆ ଅଂଚଳରେ ଥିବା ଜଙ୍ଗଲ ମଧ୍ୟ ହୁ ହୁ ହୋଇ ଜଳୁଛି ।

ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଥିବା ବେଳେ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ମାଣିକପୁର ଅଂଚଳରେ ନିଆଁ ଲାଗିଥିବା ବେଳେ ଉକ୍ତ ନିଆଁ ଆୟତ ହୋଇ ନଥିବାରୁ ତାହା ଅନନ୍ତପୁର ବିଟ୍ ଅଂଚଳକୁ ବ୍ୟାପିଛି । ନିଆଁ ଏତେ କ୍ଷୀପ୍ର ଗତିରେ ବ୍ୟାପୁଛି ଯେ କମ୍ ସମୟ ମଧ୍ୟରେ ଅନନ୍ତପୁର ବିଟ୍ ଅଂଚଳର ବହୁ ବଡ ବଡ ଗଛ, ଔଷଧୀୟ ବୃକ୍ଷ ପାଉଁଶ ହୋଇଯାଉଛି । ଜଣେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବାନୁସାରେ ନିଆଁ ଶିମିଳିପାଳର ଉପରମୁଣ୍ଡରେ ଲାଗିଛି ଏବଂ ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା