Masthead

ରାଜ୍ୟରେ ୫୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ । ଚିନ୍ତା ବଢାଉଛି ଦ୍ୱୈତନଗର । ପାଞ୍ଚ ଶହ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ବର୍ଷର ପ୍ରଥମ ଥର ପାଇଁ ଦିନକରେ ୫୦୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୧ ଜିଲ୍ଲାରୁ ୫୭୩ ଆକ୍ରାନ୍ତଙ୍କୁ କରାଯାଇଛି ଚିହ୍ନଟ । ଖୋର୍ଦ୍ଧା ପୁଣି ପାଲଟୁଛି ହଟସ୍ପଟ । ଖୋର୍ଦ୍ଧା ଜିଲ୍ଲାରୁ ୯୬ ଆକ୍ରାନ୍ତଙ୍କୁ କରାଯାଇଛି ଚିହ୍ନଟ । ସୁନ୍ଦରଗଡରୁ ଆଜି ବି ୮୦ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ ।

କଟକରୁ ମଧ୍ୟ ୨୮ ଜଣଙ୍କୁ କରାଯାଇଛି ଚିହ୍ନଟ । ନିୟମ କଡାକଡି ଲାଗି ଦିଆଯାଇଛି ନିର୍ଦ୍ଦେଶ । ସଙ୍ଗରୋଧରୁ ୩୩୭ ଓ ଲୋକାଲ କେସ ରହିଛି ୨୩୬ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ ହଜାର ୨୬୮ । ଅନ୍ୟପଟେ ଆଜି ଠାରୁ ଲାଗୁ ହେଉଛି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ । କର୍ଫ୍ୟୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ରାତି ୧୦ରୁ ସକାଳ ୫ ଟା ପର୍ଯ୍ୟନ୍ତ ରହିବ କର୍ଫ୍ୟୁ । ଆସନ୍ତ ୧୫ ତାରିଖ ଯାଏ ରହିବ ବଳବତ୍ତର । ପଶ୍ଚିମ ଓଡିଶାର ୭ ଜିଲ୍ଲା ସମେତ ଉତ୍ତର ଓଡିଶାର ୩ ଜିଲ୍ଲାକୁ କର୍ଫ୍ୟୁରେ କରାଯାଇଛି ସାମିଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ