ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀଙ୍କ ହଙ୍ଗମା । ଅପରାହ୍ନ ୨ଟା ଯାଏ ଗୃହ ମୁଲତବି । ଏହା ପୂର୍ବରୁ ବିରୋଧୀ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଥିଲେ। ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୀୟୁଷ ଗୋୟଲ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସମେତ ଅନେକ ଏମପିମାନେ ଦାବି କରିଥିଲେ। ଏହି କାରଣରୁ ସଂସଦର ପ୍ରକ୍ରିୟା ଦିନସାରା ସୁରୁଖୁରୁରେ ଚାଲିପାରି ନ ଥିଲା।