Masthead

ଚାଷୀଙ୍କ ଆୟ ତୁଳନା ଠିକ ନୁହେଁ :ରଣେନ୍ଦ୍ର ପ୍ରତାପ ସ୍ୱାଇଁ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ମୋଟ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ଅଛନ୍ତି। ସେଥିମଧ୍ୟରୁ ୨ ଲକ୍ଷ ୮୩ ହଜାର ୭୧ ଜଣ ସମ୍ପୂର୍ଣ୍ଣ ଭାବେ ଅନ୍ୟର ଜମି ଉପରେ ଭରସା କରୁଥିବାବେଳେ ୬ ଲକ୍ଷ ୨୨ ହାଜର ୧୧୩ ଜଣ ନିଜର ସହ ଅନ୍ୟ ଜମିରେ ଚାଷ କରୁଛନ୍ତି। ଜାତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଚାଷୀଙ୍କ ଆୟ ନିର୍ଦ୍ଧାରଣ କରାଯାଇଥାଏ । ୨୦୧୨ରେ ଚାଷୀଙ୍କ ମାସିକ ଆୟ ୪୯୭୬ ଟଙ୍କା ଥିବାବେଳେ ୨୦୧୯ରେ ଏହା ୫୧୧୨ ଟଙ୍କା ରହିଥିଲା ।  ତେବେ ୨୦୧୨କୁ ୨୦୧୯ ସହ ଚାଷୀଙ୍କ ଆୟ ତୁଳନା ଠିକ ନୁହେଁ ।

କାରଣ ୨୦୧୮ରେ ତିତଲୀ ଓ ୨୦୧୯ରେ ଫନି ବାତ୍ୟା ଆସିଲା ।  ସେହିପରି ଖରିଫ ସମୟରେ ମରୁଡ଼ି ଆସିଲା । ଯାହା ସେମାନଙ୍କ ଆୟ ବୃଦ୍ଧିକୁ ପ୍ରଭାବିତ କରିଥିଲା ।  ଏହି ଅସଂଗତି ଦୂର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।  ଭାଗ ଚାଷୀଙ୍କୁ ଜମି ଥିବା ଚାଷୀଙ୍କ ପରି ସୁବିଧା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ଯେପରି ଋଣ, ଯନ୍ତ୍ରପାତି କିଣାରେ ରିହାତି, ବିହନ ଯୋଗାଣ. ବଳରାମ ଯୋଜନା ଏହାର ଉଦାହରଣ ।  ଭାଗ ଚାଷୀ ସିଧାସଳଖ ଧାନ ବିକିବାକୁ ରାଜ୍ୟ ସରକାର ବ୍ୟବସ୍ଥାକୁ ସରଳୀକାରଣ କରିଛନ୍ତି ।

ତେବେ ସେମାନଙ୍କୁ ଜମି ଅଧିକାର ଦେବା ତର୍କର ବିଷୟ । ବିଭିନ୍ନ ସମୟରେ ଏହାର ସଂସ୍କାର ପାଇଁ ପଦକ୍ଷେପ ନିଆଯାଉଥିବା ନେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି  । ଚାଷୀଙ୍କ ଆୟ ନିର୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା । ୨୦୦୨-୦୩ରେ ହୋଇଥିଲା । ତା ପରେ ୨୦୧୨-୧୩ରେ ହେଲା । ହେଲେ ହଠାତ ଏହାକୁ ୬ ବର୍ଷ କରାଗଲା । ୨୦୨୨-୨୩ ବଦଳରେ ୨୦୧୯ରେ ହେଲା ।

ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ । ନିର୍ବାଚନ ବର୍ଷ ଥିବାରୁ ଏହା କରାଯାଇଥିବା ନେଇ ସେ ଗୃହରେ ଅଭିଯୋଗ ଉଠାଇଲେ । ୨୦୧୫-୧୬ ଗଣନା ଅନୁସାରେ, ଅନ୍ୟ ଜମିରେ ସମ୍ପୂର୍ଣ୍ଣ ଭାବେ ଚାଷୀ କରୁଥିବା ଚାଷୀଙ୍କ ସଂଖ୍ୟା ୨ଲକ୍ଷ୮୩ହଜାର୭୧  ।  ସେହିପରି ନିଜ ଓ ଅନ୍ୟ ଜମିରେ ୬ଲକ୍ଷ୨୨ହଜାର୧୧୩ ଚାଷୀ ଚାଷ କରୁଛନ୍ତି ।  ରାଜ୍ୟରେ ଚାଷୀ ସଂଖ୍ୟା ହେଉଛି ୪୮ଲକ୍ଷ୬୫ହଜାର୮୫୦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼