Masthead

ରାହୁଲଙ୍କୁ କ୍ଷମା ମାଗିବାକୁ ପଡିବ: ଜେପି ନଡ୍ଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ସଭାପତି ଜେପି ନଡ୍ଡା । ଶୁକ୍ରବାର ପୁଣି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । ଲଣ୍ଡନରେ ଦେଇଥିବା ଜାତୀୟ ବିରୋଧୀ ବିବୃତ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଦେଶ ତଥା ସଂସଦରେ କ୍ଷମା ମାଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଡ୍ଡା କହିଛନ୍ତି, କଂଗ୍ରେସ ଦଳ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ହେବା ଦୁର୍ଭାଗ୍ୟଜନକ। ଜନସାଧାରଣ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ପରେ ରାହୁଲ ଗାନ୍ଧୀ ଏହି ଜାତୀୟ ବିରୋଧୀ ଟୁଲ୍‌କିଟ୍‌ ଏକ ସ୍ଥାୟୀ ଅଂଶ ହୋଇ ଯାଇଛନ୍ତି।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିଶ୍ୱର ୫ତମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଉଛି ଏବଂ ଜି-୨୦ ବୈଠକ ଏଠାରେ ଅନୁଷ୍ଠିତ ହେଉଛି ଅନ୍ୟପଟେ ରାହୁଲ ଗାନ୍ଧୀ ଦେଶ ତଥା ସଂସଦକୁ ବିଦେଶୀ ମାଟିରେ ଅପମାନ କରୁଛନ୍ତି, ମୁଁ ଏହା ପଛରେ ତାଙ୍କ ଉଦ୍ଦେଶ୍ୟ ଜାଣିବାକୁ ଚାହୁଁଛି। ନଡା ଆହୁରି ମଧ୍ୟ କହିଛନ୍ତି, ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ୟୁରୋପ ଏବଂ ଆମେରିକାରୁ ଭାରତର ଘରୋଇ କାର୍ଯ୍ୟରେ ହସ୍ତକ୍ଷେପ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ? ରାହୁଲ ଗାନ୍ଧୀ ଦେଶକୁ ବଦନାମ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ