Masthead

ରାହୁଲଙ୍କୁ କ୍ଷମା ମାଗିବାକୁ ପଡିବ: ଜେପି ନଡ୍ଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ସଭାପତି ଜେପି ନଡ୍ଡା । ଶୁକ୍ରବାର ପୁଣି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । ଲଣ୍ଡନରେ ଦେଇଥିବା ଜାତୀୟ ବିରୋଧୀ ବିବୃତ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଦେଶ ତଥା ସଂସଦରେ କ୍ଷମା ମାଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଡ୍ଡା କହିଛନ୍ତି, କଂଗ୍ରେସ ଦଳ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ହେବା ଦୁର୍ଭାଗ୍ୟଜନକ। ଜନସାଧାରଣ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ପରେ ରାହୁଲ ଗାନ୍ଧୀ ଏହି ଜାତୀୟ ବିରୋଧୀ ଟୁଲ୍‌କିଟ୍‌ ଏକ ସ୍ଥାୟୀ ଅଂଶ ହୋଇ ଯାଇଛନ୍ତି।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିଶ୍ୱର ୫ତମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଉଛି ଏବଂ ଜି-୨୦ ବୈଠକ ଏଠାରେ ଅନୁଷ୍ଠିତ ହେଉଛି ଅନ୍ୟପଟେ ରାହୁଲ ଗାନ୍ଧୀ ଦେଶ ତଥା ସଂସଦକୁ ବିଦେଶୀ ମାଟିରେ ଅପମାନ କରୁଛନ୍ତି, ମୁଁ ଏହା ପଛରେ ତାଙ୍କ ଉଦ୍ଦେଶ୍ୟ ଜାଣିବାକୁ ଚାହୁଁଛି। ନଡା ଆହୁରି ମଧ୍ୟ କହିଛନ୍ତି, ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ୟୁରୋପ ଏବଂ ଆମେରିକାରୁ ଭାରତର ଘରୋଇ କାର୍ଯ୍ୟରେ ହସ୍ତକ୍ଷେପ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ? ରାହୁଲ ଗାନ୍ଧୀ ଦେଶକୁ ବଦନାମ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ