ଆଜି ରାହୁଲଙ୍କୁ ଟକ୍କର ଦେବେ କାର୍ତ୍ତିକ୍

ଦୁବାଇ (ବଡ଼ ଖବର ବ୍ୟୁରୋ): ଚାଲିଛି ଆଇପିଏଲ ଫିବର । ତ୍ରୟୋଦଶ ସିଜିନର ୨୪ତମ ମ୍ୟାଚରେ ପଞ୍ଜାବକୁ ଭେଟିବ କୋଲକାତା । ଚଳିତ ବର୍ଷ ରାହୁଲଙ୍କ ନେତୃତ୍ୱରେ ଖେଳୁଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବ ୬ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ତଳେ ରହିଛି । ସେପଟେ ଦୀନେଶ କାର୍ତ୍ତିକଙ୍କ ଅଧିନାୟକତ୍ୱରେ ଖେଳୁଥିବା କୋଲକାତା ୫ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୪ ନମ୍ବର ସ୍ଥାନରେ ରହିଛି । ପଞ୍ଜାବ ଶେଷ ମ୍ୟାଚରେ ହାଇଦ୍ରାବାଦଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ବେଳେ କୋଲକାତା ଚେନ୍ନାଇକୁ ହରାଇ ଦମଦାର ବିଜୟ ହାସଲ କରିଥିଲା । ଦଳର ଯୁବ ଖେଳାଳି ରାହୁଲ ତ୍ରିପାଠୀ ଶେଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାରୁ ଆଜିର ମ୍ୟାଚରେ ତାଙ୍କ ଉପରେ ରହିବ କ୍ରିକେଟପ୍ରେମୀଙ୍କ ନଜର ।

ଚଳିତବର୍ଷ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଥିବା ପଞ୍ଜାବ କିନ୍ତୁ ଶେଷ ୫ଟିଯାକ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି । ଦଳରେ ପରିବର୍ତ୍ତନ କରାଯାଥିଲେ ସୁଦ୍ଧା କୌଣସି ଫରକ ପଡ଼ିନାହିଁ । ଦୁର୍ବଳ ବୋଲିଂ ପରାଜୟର ମୁଖ୍ୟ କାରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ