Masthead

ଆଜି ରାହୁଲଙ୍କୁ ଟକ୍କର ଦେବେ କାର୍ତ୍ତିକ୍

ଦୁବାଇ (ବଡ଼ ଖବର ବ୍ୟୁରୋ): ଚାଲିଛି ଆଇପିଏଲ ଫିବର । ତ୍ରୟୋଦଶ ସିଜିନର ୨୪ତମ ମ୍ୟାଚରେ ପଞ୍ଜାବକୁ ଭେଟିବ କୋଲକାତା । ଚଳିତ ବର୍ଷ ରାହୁଲଙ୍କ ନେତୃତ୍ୱରେ ଖେଳୁଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବ ୬ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ତଳେ ରହିଛି । ସେପଟେ ଦୀନେଶ କାର୍ତ୍ତିକଙ୍କ ଅଧିନାୟକତ୍ୱରେ ଖେଳୁଥିବା କୋଲକାତା ୫ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୪ ନମ୍ବର ସ୍ଥାନରେ ରହିଛି । ପଞ୍ଜାବ ଶେଷ ମ୍ୟାଚରେ ହାଇଦ୍ରାବାଦଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ବେଳେ କୋଲକାତା ଚେନ୍ନାଇକୁ ହରାଇ ଦମଦାର ବିଜୟ ହାସଲ କରିଥିଲା । ଦଳର ଯୁବ ଖେଳାଳି ରାହୁଲ ତ୍ରିପାଠୀ ଶେଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାରୁ ଆଜିର ମ୍ୟାଚରେ ତାଙ୍କ ଉପରେ ରହିବ କ୍ରିକେଟପ୍ରେମୀଙ୍କ ନଜର ।

ଚଳିତବର୍ଷ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଥିବା ପଞ୍ଜାବ କିନ୍ତୁ ଶେଷ ୫ଟିଯାକ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି । ଦଳରେ ପରିବର୍ତ୍ତନ କରାଯାଥିଲେ ସୁଦ୍ଧା କୌଣସି ଫରକ ପଡ଼ିନାହିଁ । ଦୁର୍ବଳ ବୋଲିଂ ପରାଜୟର ମୁଖ୍ୟ କାରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼