Masthead

ସଂସଦରେ ବଜେଟ ଅଧିବେଶନ, ମାର୍ଚ୍ଚ ୨୦ ଯାଏ ଗୃହ ମୁଲତବି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ଦଳ କଂଗ୍ରେସ ନେତାଙ୍କ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଉଭୟ ଗୃହରେ ଜୋରଦାର ହଙ୍ଗାମା । ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଗୃହର କାର୍ଯ୍ୟକୁ ମାର୍ଚ୍ଚ ୨୦ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଥିବାବେଳେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ମଧ୍ୟ ଗୃହର କାର୍ଯ୍ୟକୁ ମାର୍ଚ୍ଚ ୨୦ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ସେପଟେ ହଙ୍ଗମା କରିବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି କହି ସ୍ଲୋଗାନ୍‌ ଦେଇଥିଲେ। ଏଥିଯୋଗୁ ଉଭୟ ଗୃହର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଲୋକ ସଭା ଏବଂ ରାଜ୍ୟ ସଭାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ଆଶା କରାଯାଉଥିଲା ଯେ, ଲୋକ ସଭାରେ ରାହୁଲ ଗାନ୍ଧୀ ନିଜର ମନ୍ତବ୍ୟ ରଖିବେ। ସଂସଦର କାର୍ଯ୍ୟ ସମୟରେ ରାହୁଲ ଗାନ୍ଧୀ ଲୋକ ସଭାରେ ଉପସ୍ଥିତ ମଧ୍ୟ ଥିଲେ କିନ୍ତୁ ହଟ୍ଟଗୋଳ ଯୋଗୁ ଗୃହ ଚାଲିପାରି ନ ଥିଲା। ଏହି ସମୟରେ ବହୁ ସମୟ ଧରି ଲୋକ ସଭାର କାର୍ଯ୍ୟର ଅଡିଓକୁ ବନ୍ଦ କରାଯାଇଥିଲା। ଏହାସତ୍ତ୍ୱେ ସ୍ଲୋଗାନ ଦିଆଯିବା ସହ ହଙ୍ଗାମା ଜାରି ରହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ