Masthead

ପାକିସ୍ତାନ ଓ ବାଂଲାଦେଶ କିଣୁଛନ୍ତି ଯୁଦ୍ଧାସ୍ତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଓ ବାଂଲାଦେଶ କିଣୁଛନ୍ତି ଯୁଦ୍ଧାସ୍ତ୍ର ।  ପଡୋଶୀ ଦେଶ ଯଦ୍ଧାସ୍ତ୍ର ଠୁଳ କରୁଥିବାରୁ ଭାରତର ଚିନ୍ତା ବଢିଯାଇଛି । ଷ୍ଟକହୋମରେ ଥିବା ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ରିପୋର୍ଟ ଭାରତ ପାଇଁ ଉଦବେଗର କାରଣ ହୋଇଛି । ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର କିରାବିକା, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ ଗବେଷଣା ପାଇଁ କାର୍ୟ୍ୟ କରୁଥିବା ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଓ ବାଂଲାଦେଶ ଚାଇନାରୁ ସେମାନଙ୍କର ତିନି ଚତୁର୍ଥାଂଶ ଅସ୍ତ୍ରଶସ୍ତ୍ର କିଣୁଛନ୍ତି । ଦୁଇ ପଡୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶ ଚୀନ୍ ନିର୍ମିତ ଯୁଦ୍ଧାସ୍ତ୍ର ଠୁଳ କରୁଥିବାରୁ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଭାବରେ ବିଶ୍ୱର ଶୀର୍ଷରେ ଥିବା ଭାରତର ଚିନ୍ତା ବଢିଯାଇଛି । ପାକିସ୍ତାନ ଏବଂ ଚାଇନା ସହିତ ଭାରତର ତିକ୍ତତା ଲାଗିରହିଛି । ପାକିସ୍ତାନ କାଶ୍ମିରୀ ପ୍ରସଙ୍ଗରେ ଭାରତ ବିରୋଧୀ କାର୍ୟ୍ୟକ୍ରମ ଜାରି ରଖିଛି । ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନକୁ ଭାରତ ନିନ୍ଦିତ କରିଆସୁଛି । ପାକିସ୍ତାନର ସୀମାପାର ଆତଙ୍କବାଦର କଡ୍ଡା ଜବାବ ଦେଇ ଆସୁଛି ଭାରତ । ମାତ୍ର ଚୀନ ଇସଲାମାବଙ୍କୁ ଭାରତ ବିରୋଧୀ କାର୍ୟ୍ୟକଳାପ ଜାରି ରଖିବାକୁ ପରୋକ୍ଷରେ ସମର୍ଥନ ଦେଇ ଆସୁଛି ।

ଗତ ପାଞ୍ଚ ବର୍ଷ ମଧ୍ୟରେ, ଅର୍ଥାତ ୨୦୧୮ ରୁ ୨୦୨୨ ପର୍ୟ୍ୟନ୍ତ, ପାକିସ୍ତାନ ୨୦୧୩-୧୭ ତୁଳନାରେ ୧୪ ପ୍ରତିଶତ ଅଧିକ ଅସ୍ତ୍ରଶସ୍ତ୍ର ଆମଦାନୀ କରିଥିଲା । ପାକିସ୍ତାନ ଆବଶ୍ୟକତାର ତିନି ଚତୁର୍ଥାଂଶରୁ ଅଧିକ ଆମଦାନୀ କରିଥିଲା। ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ଆମଦାନି କରୁଥିବା ଦେଶ ତାଲିକାରେ ପାକିସ୍ତାନ ଅଷ୍ଟମ ସ୍ଥାନରେ ରହିଛି । ପାକିସ୍ତାନ ସମୁଦାୟ ବିଶ୍ୱ ଅସ୍ତ୍ରଶସ୍ତ୍ର ଆମଦାନିର ୩.୭ ପ୍ରତିଶତ କ୍ରୟ କରିଛି । ପାକିସ୍ତାନର ମୋଟ ଅସ୍ତ୍ର ଆମଦାନୀରେ ଚାଇନାର ଅଂଶ ୭୭ ପ୍ରତିଶତ ଥିବାବେଳେ ୫.୧ ପ୍ରତିଶତ ସ୍ବିଡେନରୁ ଏବଂ ୩.୬ ପ୍ରତିଶତ ରୁଷରୁ ଆଣିଛି। ଅସ୍ତ୍ରଶସ୍ତ୍ର ରପ୍ତାନି କ୍ଷେତ୍ରରେ ଚାଇନା ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ବିଶ୍ୱର ଅସ୍ତ୍ରଶସ୍ତ୍ର ରପ୍ତାନୀର ୫.୨ ପ୍ରତିଶତ ବିକ୍ରି କରୁଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ମୋଟ ରପ୍ତାନୀର ୫୪ ପ୍ରତିଶତ ପାକିସ୍ତାନକୁ ଯାଉଛି। ଅସ୍ତ୍ରଶସ୍ତ୍ର ଆମଦାନୀ କ୍ଷେତ୍ରରେ ବାଂଲାଦେଶ ୨୫ ତମ ସ୍ଥାନରେ ରହିଛି । ମୋଟ ଆମଦାନୀରୁ ମାତ୍ର ୦.୯ ପ୍ରତିଶତ କ୍ରୟ କରୁଛି। ଉଲ୍ଲେଖନୀୟ କଥା ହେଉଛି, ବାଂଲାଦେଶ ଏହାର ମୋଟ ଆମଦାନୀ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶ କିଣୁଛି। ସେଥିମଧ୍ୟରୁ ଚାଇନାରୁ ୭୪ ପ୍ରତିଶତ। ଚାଇନାର ମୋଟ ଅସ୍ତ୍ରଶସ୍ତ୍ର ରପ୍ତାନୀର ବାଂଲାଦେଶ କେବଳ ୧୨ ପ୍ରତିଶତ କ୍ରୟ କରିଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼