Masthead

 ସଙ୍କଟରେ ଖାଦ୍ୟ ଉତ୍ପାଦନ, ୨୦୫୦ ସୁଧା ଅଧା ଲୋକ ରହିବେ ଭୋକିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଙ୍କଟରେ ଭାରତର ଖାଦ୍ୟ ଉତ୍ପାଦନ । ୨୦୫୦ ସୁଧା ଜନସଂଖ୍ୟାର ଅଧା ଲୋକ ରହିବେ ଭୋକିଲା । ଭାରତ ଖାଦ୍ୟ ଯୋଗାଣରେ ୧୬ପ୍ରତିଶତରୁ ଅଧିକ ଅଭାବର ସମ୍ମୁଖୀନ ହେବାକୁ ପଡିପାରେ । ଗ୍ଲୋବାଲ ୱାର୍ମିଂ ଦ୍ୱାରା ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଖୁବଶୀଘ୍ର ବିଶ୍ୱର ଅନେକ ଦେଶକୁ ଖାଦ୍ୟ ଯୋଗାଣ ସଙ୍କଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ଏବଂ ଖାଦ୍ୟର ସ୍ଥିତିକୁ ନେଇ ଜଣାପଡ଼ିଛି ଯେ, ଜଳ ଏବଂ ଉତ୍ତାପ ଚାପ କାରଣରୁ ୨୦୫୦ରେ ଭାରତ ଖାଦ୍ୟ ଯୋଗାଣରେ ୧୬%ରୁ ଅଧିକ ଅଭାବର ସମ୍ମୁଖୀନ ହେବ।

ଖାଦ୍ୟ ଅସୁରକ୍ଷିତ ଜନସଂଖ୍ୟାରେ ୫୦%ରୁ ଅଧିକ ବୃଦ୍ଧି ଘଟିବ। ତେବେ ଚାଇନା ଶୀର୍ଷରେ ରହିଛି। ଯେଉଁଠାରେ ଖାଦ୍ୟ ଯୋଗାଣ ୨୨.୪% ହ୍ରାସ ପାଇବ ଏବଂ ଦକ୍ଷିଣ ଆମେରିକାରେ ୧୯.୪% ହ୍ରାସ ପାଇବ। ରିପୋର୍ଟରେ ଦର୍ଶାଯାଇଛ, ଚାଇନା ଏବଂ ଏସିଆନ ସଦସ୍ୟଙ୍କ ସମେତ ଅନେକ ଏସୀୟ ଦେଶ ୨୦୫୦ ସୁଦ୍ଧା ନିଟ୍‌ ଖାଦ୍ୟ ଆମଦାନୀକାରୀ ହେବେ। ୨୦୧୯ରେ ଜଳ ସଙ୍କଟର ସମ୍ମୁଖୀନ ହେବାରେ ଭାରତ ବିଶ୍ୱରେ ୧୩ ତମ ସ୍ଥାନରେ ଥିଲା। ଭାରତରେ ଜଳ ଯୋଗାଣର ଉପଲବ୍ଧତା ୧୧୦୦-୧୧୯୭ ବିଲିୟନ କ୍ୟୁବିକ୍‌ ମିଟର (ବିସିଏମ) ମଧ୍ୟରେ ଅଛି। ଏହାର ବିପରୀତରେ, ଚାହିଦା ୨୦୧୦ରେ ୫୫୦-୭୧୦ ବିସିଏମ୍‌ରୁ ୨୦୫୦ରେ ପ୍ରାୟ ୯୦୦-୧୪୦୦ ବିସିଏମ୍‌କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ଲୋବାଲ କମିଶନ ଅଫ ଇକୋନୋମିକ୍ସ ଅଫ୍‌ ୱାଟର (ଏଉଋଡ)ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଜଳ ଚାପକୁ ଦୂର କରିବାରେ ଭାରତର ଖରାପ ଜଳ ନୀତି ଡିଜାଇନ ଏକ ପ୍ରମୁଖ ପ୍ରତିବନ୍ଧକ ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି