Masthead

ନେଦରଲାଣ୍ଡସକୁ ହରାଇ ଦିୱାଲୀ ଗିଫ୍ଟ ଦେବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟିମ ଇଣ୍ଡିଆ ଦେବ ଦିୱାଲୀ ଗିଫ୍ଟ । ଦୀୱାଲୀ ପାଇଁ ସାରା ଦେଶ ଉତ୍ସବମୁଖର । ନେଦରଲାଣ୍ଡସକୁ ହରାଇ ଦିୱାଲୀ ଗିଫ୍ଟ ଦେବ ଟିମ୍ ଇଣ୍ଡିଆ । ଆଜି ଶେଷ ଲିଗ୍‌ରେ ଭାରତ-ନେଦରଲାଣ୍ଡସ ଲଢ଼େଇ । ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଉଭୟ ଦଳ । ଭାରତ ୮ରୁ ୮ ବିଜୟ ସହ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ରହିଛି । ଆଜି ଭାରତ ନେଦରଲାଣ୍ଡ ବିପକ୍ଷରେ ବିଶ୍ବକପର ଶେଷ ଲିଗମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇ । ଅନ୍ୟପକ୍ଷେ, ମ୍ୟାଚରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ ।

କାରଣ, ଫୁଲ ଫର୍ମରେ ଥିବା କୋହଲି କାଲିର ମ୍ୟାଚରେ ଆଉ ଏକ ଶତକୀୟ ପାରି ଖେଳି ମାଷ୍ଟର ବ୍ଲାଷ୍ଟର ସଚିତ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୫୦ ଶତକ କରିବାର ରେକର୍ଡ ନିଜ ନାଁରେ କରିବାକୁ ଚାହିଁବେ । ଭାରତ ପ୍ରଥମ ଦଳ ଭାବେ ସେମିଫାଲନାଲରେ ପ୍ରବେଶ କରି ସାରିଥିବା ବେଳେ ନେଦରଲାଣ୍ଡ ବିଶ୍ବକପରୁ ବାହାର ହୋଇ ସାରିଛି । କେବଳ ଔପଚାରିତା ରହି ଯାଇଥିବା ଏହି ମ୍ୟାଚରେ ଭାରତ ବିଶେଷ କିଛି ପରିବର୍ତ୍ତନ ନକରି ଫିଲ୍ଡକୁ ଓହ୍ଲାଇ ପାରେ । ଅନ୍ୟପକ୍ଷରେ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ୧୫ ନଭେମ୍ବରରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଖେଳାଯିବା ୨୦୨୩ ବିଶ୍ବକପର ପ୍ରଥମ ସେମିଫାଇନାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ