Masthead

୪୦ ହଜାର ଟନ୍ ଗହମ ଚୋରି , ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନକୁ ଋଷ ପଠାଇଥିବା ଶହ ଶହ କୋଟି ଟଙ୍କାର ଗହମ ଚୋରି ହୋଇଛି । ଯାହାକୁ ନେଇ ପାକିସ୍ତାନ ସରକାର ଅତି କମ୍‌ରେ ୬୭ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ପାକିସ୍ତାନ ମିଡ଼ିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସିନ୍ଧୁ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ସରକାରୀ ଗୋଦାମଗୁଡ଼ିକରେ ରଖାଯାଇଥିବା ୪୦,୩୯୨ ଟନ ଗହମ ଚୋରି ହୋଇଯାଇଛି। ସିନ୍ଧ୍ ଖାଦ୍ୟ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଚଳିତମାସରେ ରୁଷ୍ ସରକାର ଗୁରୁତର ଖାଦ୍ୟ ସଂକଟରେ ପୀଡ଼ିତ ପାକିସ୍ତାନକୁ ମାନବୀୟ ଦୃଷ୍ଟିକୋଣରୁ ୫୦,୦୦୦ ଟନ ଗହମ ପଠାଇଥିଲେ। ୯ଟି ଜାହାଜରେ ମାର୍ଚ୍ଚ ୩୧ ସୁଦ୍ଧା ମସ୍କୋ ପାକିସ୍ତାନକୁ ମୋଟ ୪୫୦,୦୦୦ ଟନ୍ ଗହମ ପଠାଇବାକୁ ସ୍ଥିର କରିଛି। ଗହମ ଚୋରି କରିବା ଅଭିଯୋଗରେ ‌ଯେଉଁ ଅଫିସରମାନଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ୪୯ ଜଣ ଫୁଡ୍‌ ସୁପରଭାଇଜର ଓ ୧୮ ଜଣ ଫୁଡ୍‌ ଇନ୍‌ସ୍ପେକ୍ଟର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ