୪୦ ହଜାର ଟନ୍ ଗହମ ଚୋରି , ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନକୁ ଋଷ ପଠାଇଥିବା ଶହ ଶହ କୋଟି ଟଙ୍କାର ଗହମ ଚୋରି ହୋଇଛି । ଯାହାକୁ ନେଇ ପାକିସ୍ତାନ ସରକାର ଅତି କମ୍‌ରେ ୬୭ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ପାକିସ୍ତାନ ମିଡ଼ିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସିନ୍ଧୁ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ସରକାରୀ ଗୋଦାମଗୁଡ଼ିକରେ ରଖାଯାଇଥିବା ୪୦,୩୯୨ ଟନ ଗହମ ଚୋରି ହୋଇଯାଇଛି। ସିନ୍ଧ୍ ଖାଦ୍ୟ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଚଳିତମାସରେ ରୁଷ୍ ସରକାର ଗୁରୁତର ଖାଦ୍ୟ ସଂକଟରେ ପୀଡ଼ିତ ପାକିସ୍ତାନକୁ ମାନବୀୟ ଦୃଷ୍ଟିକୋଣରୁ ୫୦,୦୦୦ ଟନ ଗହମ ପଠାଇଥିଲେ। ୯ଟି ଜାହାଜରେ ମାର୍ଚ୍ଚ ୩୧ ସୁଦ୍ଧା ମସ୍କୋ ପାକିସ୍ତାନକୁ ମୋଟ ୪୫୦,୦୦୦ ଟନ୍ ଗହମ ପଠାଇବାକୁ ସ୍ଥିର କରିଛି। ଗହମ ଚୋରି କରିବା ଅଭିଯୋଗରେ ‌ଯେଉଁ ଅଫିସରମାନଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ୪୯ ଜଣ ଫୁଡ୍‌ ସୁପରଭାଇଜର ଓ ୧୮ ଜଣ ଫୁଡ୍‌ ଇନ୍‌ସ୍ପେକ୍ଟର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ