Masthead

ଧାରଣାରେ ଟିପର ମାଲିକ ସଂଘ

ଯୋଡ଼ା (ବଡ଼ ଖବର ବ୍ୟୁରୋ): ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଟିପର ମାଲିକ ସଂଘ । ଜରିବାହାଲ ଓର ମାଇନ୍ସରେ ସ୍ଥାନୀୟ ଟ୍ରକ ବଦଳରେ ବାହାର ହାଇୱା ଲଗାଇ କାମ କରୁଥିବା ପ୍ରତିବାଦରେ ଧାରଣା ଦେଇଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ହେସଁବେଡ଼ାରେ ଥିବା ଟିପର ମାଲିକ ସଂଘ (ମାଟୋଆ) । ଗତ ୫ତାରିଖରୁ କମ୍ପାନୀର ମୁଖ୍ୟ ଫାଟକ ସାମନାରେ ଧାରଣା ଦେଇଥିଲେ ସୁଦ୍ଧା ଏଯାବତ କାସଭି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିଟେଡ କମ୍ପାନୀ ଏମାନଙ୍କ ପ୍ରତି ଧ୍ୟାନ ଦେଇନାହିଁ । ଖୁବଶୀଘ୍ର ଦାବି ପୂରଣ ନହେଲେ ଅର୍ଥନୈତିକ ଅବରୋଧ ସହ ଆମରଣ ଅନଶନ କରାଯିବ ବୋଲି ସଂଘ ସୂଚନା ଦେଇଛି ।

ସ୍ଥାନୀୟ ଅଞ୍ଚଳରେ ଖଣିକାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୁହାଗୁଣ୍ଡ ଚାଷଜମିରେ ବାରମ୍ବାର ପଡୁଥିବାରୁ ଚାଷ କାର୍ଯ୍ୟରେ ବ୍ୟାଘାତ ଘଟୁଛି । ଫସଲ୍ୱଧ୍ୟ ନଷ୍ଟ ହେଉଛି । ବାଧ୍ୟ ହୋଇ କିଛି ଲୋକ ଟ୍ରକ ବ୍ୟବସାୟ କରି ପରିବାର ଚଳାଉଛନ୍ତି । ଲୋକେ ଜମି ବିକ୍ରି କରି ଏବଂ ଋଣ କରି ଟ୍ରକ କିଣି ପରିବହନ କାର୍ଯ୍ୟରେ ଲଗାଇଛନ୍ତି । ମାତ୍ର ନୂତନ ଲିଜଧାରୀ କାସଭି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ ସ୍ଥାନୀୟ ଟ୍ରକ୍ମାଲିକଙ୍କୁ ଧୋକା ଦେଇ ବାହାରୁ ୧୨ ଓ ୧୬ ଚକିଆ ହାଇୱା ଆଣି ପରିବହନ କାର୍ୟ୍ୟରେ ଲଗାଇଛି । ଯାହାଫଳରେ ସ୍ଥାନୀୟ ଟିପର ମାଲିକ କାମ ହରାଇ ହାତବାନ୍ଧି ବସିରହିଛନ୍ତି । ଏନେଇ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ, ସମାଧାନର ବାଟ ବାହାର କରାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି