Masthead

କେରଳକୁ ମିଳିଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ

କେରଳ (ବଡ଼ ଖବର ବ୍ୟୁରୋ): କେରଳକୁ ମିଳିଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ପଦ୍ମା ଲକ୍ଷ୍ମୀ ଆଇନଜୀବୀ ଭାବେ ମାନ୍ୟ ପାଇବା ସହ ରାଜ୍ୟ ବାର୍‌ କାଉନସିଲରେ ପଞ୍ଜୀକରଣ କରିଛନ୍ତି। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଗୋଟିଏ ଫଟୋ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମନ୍ତ୍ରୀ ରାଜୀବଙ୍କ ସୂଚନା ଅନୁଯାୟୀ, ୧୫ ଶହରୁ ଅଧିକ ଆଇନ ପାଠ୍ୟକ୍ରମରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ପ୍ରମାଣପତ୍ର ଦିଆଯାଇଛି।

ସେମାନଙ୍କ ମଧ୍ୟରୁ ଜଣେ ହେଲେ ପଦ୍ମା ଲକ୍ଷ୍ମୀ। ପଞ୍ଜୀକରଣ ପ୍ରମାଣପତ୍ର ବା ଆଇନଜୀବୀ ଭାବେ ମାନ୍ୟତା ଦେବାକୁ ବାର କାଉନସିଲ ପକ୍ଷରୁ ରବିବାର ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଦ୍ମା ଓ ଅନ୍ୟମାନଙ୍କୁ ପ୍ରମାଣପତ୍ର ହସ୍ତାନ୍ତର କରାଯାଇଛି। ପଦ୍ମା ଏର୍ଣ୍ଣାକୁଲମ ସରକାରୀ ଆଇନ କଲେଜନରୁ ଡିଗ୍ରୀ ହାସଲ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ