Masthead

କେରଳକୁ ମିଳିଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ

କେରଳ (ବଡ଼ ଖବର ବ୍ୟୁରୋ): କେରଳକୁ ମିଳିଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ପଦ୍ମା ଲକ୍ଷ୍ମୀ ଆଇନଜୀବୀ ଭାବେ ମାନ୍ୟ ପାଇବା ସହ ରାଜ୍ୟ ବାର୍‌ କାଉନସିଲରେ ପଞ୍ଜୀକରଣ କରିଛନ୍ତି। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଗୋଟିଏ ଫଟୋ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମନ୍ତ୍ରୀ ରାଜୀବଙ୍କ ସୂଚନା ଅନୁଯାୟୀ, ୧୫ ଶହରୁ ଅଧିକ ଆଇନ ପାଠ୍ୟକ୍ରମରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ପ୍ରମାଣପତ୍ର ଦିଆଯାଇଛି।

ସେମାନଙ୍କ ମଧ୍ୟରୁ ଜଣେ ହେଲେ ପଦ୍ମା ଲକ୍ଷ୍ମୀ। ପଞ୍ଜୀକରଣ ପ୍ରମାଣପତ୍ର ବା ଆଇନଜୀବୀ ଭାବେ ମାନ୍ୟତା ଦେବାକୁ ବାର କାଉନସିଲ ପକ୍ଷରୁ ରବିବାର ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଦ୍ମା ଓ ଅନ୍ୟମାନଙ୍କୁ ପ୍ରମାଣପତ୍ର ହସ୍ତାନ୍ତର କରାଯାଇଛି। ପଦ୍ମା ଏର୍ଣ୍ଣାକୁଲମ ସରକାରୀ ଆଇନ କଲେଜନରୁ ଡିଗ୍ରୀ ହାସଲ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ