Masthead

ଗୁପଚୁପର ମଜା ନେଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦୁଇ ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଆଉ ଏହି ସମୟରେ ସେ ଭାରତର ସଂସ୍କୃତି ଏବଂ ଖାଦ୍ୟକୁ ଉପଭୋଗ କରୁଛନ୍ତି। ତେବେ ସୋମବାର ସେ ଗୁପଚୁପ , ଲସି ଏବଂ ଆମ୍ ପନ୍ନାର ସ୍ୱାଦ ନେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ପହଞ୍ଚି ସେଠାରେ ଭାରତୀୟ ଖାଦ୍ୟର ସ୍ବାଦ ଚାଖିଥିଲେ। ଗୁପଚୁପ , ଆମ୍ ପନ୍ନା ଏବଂ ଲାସି ପିଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ମସଲାଯୁକ୍ତ ଭାରତୀୟ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।

ଏଥି ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଟ୍ୱିଟ କରି ଚିନ୍ତା ପ୍ରକଟ କରିଛନ୍ତି ଯେ ରାଗ ଏବଂ ଖଟା ଭାରତୀୟ ଖାଦ୍ୟ ସାମଗ୍ରୀ ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବନି ତ? ତେବେ ଭିଡିଓରେ ଦେଖି ଯାହା ଲାଗୁଛି ତାଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାରେ କୌଣସି ଅସୁବିଧା ଥିବା ହେଉ ନାହିଁ। ପ୍ରଧାନମନ୍ତ୍ରୀ ମଧ୍ୟ ହସି ହସି ତାଙ୍କ ସହ କଥା ହେବା ସହ ବୁଦ୍ଧ ପାର୍କରେ ଗୁପଚୁପର ମଜା ନେଇଥିଲେ । ତେବେ ଏହାର ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୋ ସାଙ୍ଗ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଗୁପଚୁପ ସହ ଭାରତୀୟ ଖାଦ୍ୟର ମଜ୍ଜା ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା