Masthead

ଜେଲ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କାମ୍ପା ଯୋଜନାରେ କଳାହାଣ୍ଡି ନର୍ଲା ରେଞ୍ଜ ବନୀକରଣ ଦୁର୍ନୀତି ମାମଲା । ଲୋକାଯୁକ୍ତଙ୍କ ନିର୍ଦ୍ଦେଶରେ ଚାଳିଥିଲା ଭିଜିଲାନ୍ସ ତଦନ୍ତ । ଏହି ଦୁର୍ନୀତିରେ ପୂର୍ବତନ ଡିଏଫଓ ଲଳିତେନ୍ଦୁ ଜେନା ଓ ପୂର୍ବତନ ଏସିଏଫ ଶୁଶାନ୍ତ କୁମାର ସାମନ୍ତରାୟଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ସେମାନଙ୍କୁ ଗିରଫ କରି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ପୂର୍ବତନ ଡିଏଫଓ ଲଳିତେନ୍ଦୁ ଜେନା ଓ ପୂର୍ବତନ ଏସିଏଫ ଶୁଶାନ୍ତ କୁମାର ସାମନ୍ତରାୟ ।

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ରେଞ୍ଜରେ କାମ୍ପା ଯୋଜନାରେ ୨୦୧୫ -୧୬ ଓ ୨୦୧୬-୨୦୧୭ରେ ଖେରାବାଣ୍ଡି , ନର୍ଲା ଓ ସର୍ଗିଗୁଡା ସମେତ ୩ ଟି ବିଟରେ ୧୪୫୦ ହେକ୍ଟର ଜଙ୍ଗଲ ଜମିରେ ବନୀକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୨୩ ଲକ୍ଷ ୬୩ହଜାର ୯୪୦ଟଙ୍କା ଆତ୍ମସାତ ହୋଇଥିବା ଲୋକାଯୁକ୍ତରେ ଅଭିଯୋଗ ହୋଇଥିଲା।

ଲୋକାଯୁକ୍ତଙ୍କ ପକ୍ଷରୁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ପକ୍ଷରୁ ପୂର୍ଵତନ ଡିଏଫଓ ଲଳିତେନ୍ଦୁ ଜେନା, ପୁର୍ବତନ ଏସିଏଫ୍ ସୁଶାନ୍ତ କୁମାର ସାମନ୍ତରାୟ, ପୂର୍ଵତନ ରେଞ୍ଜର ଅନ୍ତର୍ଯ୍ୟାମୀ ଦାସ, ପୂର୍ବତନ ଫରେଷ୍ଟର ସମ୍ପଦ କୁମାର, ଫରେଷ୍ଟ ଗାର୍ଡ ମାନସ ରଞ୍ଜନ ସାହୁ, ପୂର୍ବତନ ରେଞ୍ଜର ନୃତ୍ୟରାଜ ମାଝୀ, ଫରେଷ୍ଟ ଗାର୍ଡ ମଧୁ ପଟେଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ଆଜି ଏହି ମାମଲାରେ ପୂର୍ବତନ ଡିଏଫଓ ଏବଂ ବର୍ତ୍ତମାନର ଅତିରିକ୍ତ ପିସିସିଏଫ ଲଳିତେନ୍ଦୁ ଜେନା ଓ ଅବସରପ୍ରାପ୍ତ ପୂର୍ଵତନ ଏସିଏଫ ଶୁସାନ୍ତ କୁମାର ସାମନ୍ତରାୟ ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ହାଜର ହୋଇଥିଲେ। ଭବାନୀପାଟଣା ସ୍ଵତନ୍ତ୍ର ଭିଜିଲାନ୍ସ ଜର୍ଜ ଶ୍ରୀକାନ୍ତ ମିଶ୍ର ଉଭୟଙ୍କ ଜାମିନ ନାମଞ୍ଜୁର କରି ଜେଲ ହାଜତକୁ ପଠାଇ ଦେଇଛନ୍ତି । ଅନ୍ୟ ୫ଜଣ ଆଜି କୋର୍ଟରେ ହାଜର ହୋଇନଥିଲେ। ୨ଜଣ ଜେଲ ଯିବା ଘଟଣା ରାଜ୍ୟ ସରକାରଙ୍କ ନିର୍ମଳ ଶାସନର ପ୍ରମାଣ ବୋଲି ଚର୍ଚ୍ଚା ହୋଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା