Masthead

ସୁନା ବାହାରୁଛି ସୁନାପେଣ୍ଠରୁ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ସୁନା ବାହାରୁଛି ସୁନାପେଣ୍ଠରୁ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ସୁନାପେଣ୍ଠ ଗାଁ ନିକଟସ୍ଥ ବଘିରା ନଦୀରୁ ବାହାରୁଛି ସୁନା । ଆଜକୁ ଶହେ ବର୍ଷରୁ ଅଧିକ ହେବ ଏହି ନାଳରୁ ସ୍ଥାନୀୟଲୋକ ଲୋକେ ନିଜସ୍ୱ ଉଦ୍ୟମରେ ସୁନା ବାହାର କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏ ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ସୁନାପେଣ୍ଠ ଗାଁ । ଶହେ ବର୍ଷ ପୂର୍ବେ ଏହି ଗାଁକୁ କିଛି ଝରା ସମ୍ପ୍ରଦାୟର ଲୋକେ ଆସି ବସବାସ କରିଥିଲେ । କୌଣସି ସୁତ୍ରରୁ ସେମାନେ ଜାଣିବାକୁ ପାଇଲେ ବଘିରା ନଦୀବାଲିରେ ସୁନା ଅଛି ।

କୌଶଳ କ୍ରମେ ସେମାନେ ସୁନା ବାହାର କରିଥିଲେ । ସେହିଦିନଠାରୁ ଏହି ଗାଁର ନାମ ସେମାନେ ସୁନାପେଣ୍ଠରେ ରଖିଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଗାଁର ମହିଳାମାନେ ବଘିରା ନାଳରୁ ପାରମ୍ପରିକ ପଦ୍ଧତିରେ ସୁନା ବାହାର କରି ପରିବାର ପ୍ରତିପୋଷଣ କରୁଛନ୍ତି । ବଘିରା ନଦୀରୁ ପ୍ରଥମେ ଝରା ସମ୍ପ୍ରଦାୟର ଲୋକେ ସୁନା ଛାଣି ପରିବାର ପୋଷୁଥିଲେ । ସେମାନଙ୍କଠାରୁ ଏହି ପଦ୍ଧତି ଶିଖି ଏବେ ସବୁ ସମ୍ପ୍ରଦାୟର ଲୋକେ ନଦୀରୁ ସୁନା ଛାଣି ପରିବାର ଚଳଉଛନ୍ତି ।

ସେମାନଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲା ସମେତ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଏସିଆ ମହାଦେଶରେ ସର୍ବାଧିକ ଆଇରନ୍ ଡିପୋଜିଟ୍ କରି ରେକର୍ଡ କରିଚାଲିଥିବା ବେଳେ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁନା ଥିବା ଓଡ଼ିଶା ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଖୁଲାସା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼