Masthead

ହିଣ୍ଡେନବର୍ଗର ଚେତାବନୀ , ଏବେ କାହା ପାଳି?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଦାନୀ ଗ୍ରୁପ-ହିଣ୍ଡେନ ବର୍ଗ ରିପୋର୍ଟ ମାମଲା । ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମ୍ପାନୀ ଆଉ ଏକ ନୂଆ ରିପୋର୍ଟ ପ୍ରକାଶ କରିବାକୁ ଯାଉଛି । ଏହାର ରିପୋର୍ଟ ଜରିଆରେ ଷ୍ଟକ ମାର୍କେଟରେ ହଇଚଇ ସୃଷ୍ଟି କରିଥିବା ଲୋକପ୍ରିୟ ହିଣ୍ଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ଖୁବ ଶୀଘ୍ର ଆଉ ଏକ ବଡ ରିପୋର୍ଟ ଆଣିବ ବୋଲି ଚେତାବନୀ ଦେଇଛି।

ଶର୍ଟ ସେଲିଂ ଫାର୍ମ ଏକ ଟୁଇଟରେ କହିଛି ଯେ ଖୁବ ଶୀଘ୍ର ଏକ ବଡ ରିପୋର୍ଟ ଆସିବ। ତେବେ କାହାକୁ ନେଇ ଏହି ଖୁଲାସା ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । ଗତ କିଛି ମାସ ତଳେ ହିଣ୍ଡନବର୍ଗ ରିପୋର୍ଟ କାରଣରୁ ଷ୍ଟକ ମାର୍କେଟରେ ବଡ ପ୍ରଭାବ ପଡିଥିଲା । ଗୌତମ ଆଦାନୀଙ୍କ ସମ୍ପତ୍ତି ୧୫୦ ଅରବ ଡଲାରରୁ ଖସି ୫୩ ଅରବ ଡଲାରରେ ପହଞ୍ଚିଯାଇଥିଲା । ଫୋର୍ବସ ଦ୍ୱାରା ପ୍ରକାଶିତ ବିଶ୍ୱର ସବୁଠାରୁ ଅଧିକ ଧନୀ ତାଲିକାରେ ଶ୍ରେଷ୍ଠ ୩୫ରୁ ବାଦ ପଡିଛନ୍ତି । ପାଖାପାଖି ୧୨୦ ଅରବ ଡଲାରର କ୍ଷତି ସହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ