Masthead

ପୁଣି ଦେଖିବାକୁ ମିଳିବ ରାମାନନ୍ଦ ସାଗରଙ୍କ ରାମାୟଣ

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ଆରମ୍ଭରୁ ବିବାଦରେ ରହିଆସିଛି ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ ।ଫିଲ୍ମର ବହୁ ଡ଼ାଇଲଗ ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଉଥିବାର ଅଭିଯୋଗ କରି ଲୋକେ ଫିଲ୍ମ ଟିକୁ ବିରୋଧ କରିଛନ୍ତି । ଏପରିକି ଏହାକୁ ବ୍ୟାନ କରିବା ପାଇଁ ଆବେଦନ ମଧ୍ୟ କରାଯାଇଥିଲା ।ଯେତେ ପୁନନିର୍ମାଣ ହେଲେବି ସମସ୍ତଙ୍କ ମନରେ ରହିଆସିଛି ରାମାନନ୍ଦ ସାଗରଙ୍କ ରାମାୟଣ । ଏପରିକି ଆଦିପୁରୁଷର ନିର୍ମାତାଙ୍କୁ ଦେଶବାସୀ ଆଉଥରେ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖିବାକୁ ଉପଦେଶ ଦେଉଛନ୍ତି । ତେବେ ପୁଣି ଥରେ ଲୋକଙ୍କ ମନରେ ଧାର୍ମିକ ଭାବନା ଆଣିବାପାଇଁ ପରଦାରେ ଦେଖିବାକୁ ମିଳିବ ରମାନନ୍ଦ ସାଗରଙ୍କ ରାମାୟଣ ।ଏହା ସିମାରୋ ଟିଭିରେ ଆସନ୍ତା ଜୁଲାଇ ୩ ତାରିଖରୁ ପ୍ରଦର୍ଶିତ ହେବ ବୋଲି ଚ୍ୟାନେଲ ପକ୍ଷରୁ ଘୋଷଣା କରାଯାଇଛି । ଆଦିପୁରୁଷ ଦେଖିବାକୁ ଲୋକମାନେ ଥିଏଟରକୁ ଯାଉଛନ୍ତି, ଫିଲ୍ମଟି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବାରୁ ଫିଲ୍ମଟିକୁ ବନ୍ଦ କରିବାକୁ ଲୋକମାନେ କହୁଛନ୍ତି, କିନ୍ତୁ ଥିଏଟରରେ କେହି ବିଶୃଙ୍ଖଳା ନକରି କିଛି ଭଙ୍ଗାରୁଜା ନକରିଥିବାରୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା