Masthead

ବିଜେପି କ୍ଷମତାରେ ରହିବା ପାଇଁ ପ୍ରଭୁ ରାମଙ୍କ ନାମ ବ୍ୟବହାର କରେ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିକୁ ଟାର୍ଗେଟ କରି ଭଗବାନ ରାମଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି ଫାରୁକ ଅବଦୁଲ୍ଲା । ସେ କହିଛନ୍ତି, ଏହି ଦଳ କେବଳ କ୍ଷମତାରେ ରହିବା ପାଇଁ ପ୍ରଭୁ ରାମଙ୍କ ନାମ ବ୍ୟବହାର କରେ, କିନ୍ତୁ ରାମ କେବଳ ହିନ୍ଦୁମାନଙ୍କର ନୁହେଁ ମୁସଲମାନଙ୍କର ମଧ୍ୟ ଭଗବାନ। ଉଦ୍ଧମପୁରରେ ପାନ୍ଥର୍ସ ପାର୍ଟି ଦ୍ୱାରା ଆୟୋଜିତ ଏକ ରାଲିରେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍‌ କନ୍‌ଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା କହିଛନ୍ତି, ରାମ କେବଳ ହିନ୍ଦୁମାନଙ୍କର ଭଗବାନ, ଦୟାକରି ଏହି ଧାରଣାକୁ ମନରୁ ହଟାନ୍ତୁ।

ରାମଙ୍କ ଉପରେ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନଙ୍କ ମଧ୍ୟରେ ମୁସଲମାନ, ଖ୍ରୀଷ୍ଟିଆନ, ଆମେରିକୀୟ କିମ୍ବା ରୁଷୀୟ ମଧ୍ୟ ଅଛନ୍ତି। ଯେଉଁମାନେ ଆମେ କେବଳ ରାମଙ୍କର ଭକ୍ତ ଅଟୁ କୁହନ୍ତୁ, ସେମାନେ ପ୍ରକୃତରେ ମୂର୍ଖ । ସେମାନେ ରାମଙ୍କ ନାମର ଲାଭ ଉଠାଇବାକୁ ଚାହୁଁଛନ୍ତି। ସେମାନେ ରାମଙ୍କୁ ଭଲ ପାଆନ୍ତି ନାହିଁ କିନ୍ତୁ ଶକ୍ତିକୁ ଭଲ ପାଆନ୍ତି। ମୁଁ ଭାବୁଛି ଜମ୍ମୁ କଶ୍ମୀରରେ ନିର୍ବାଚନ ଯେବେ ଘୋଷଣା ହେବ, ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାମ ମନ୍ଦିର ଉଦ୍‌ଘାଟନ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ