Masthead

ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପାଖରେ କ’ଣ ବିକଳ୍ପ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପାଖରେ କ’ଣ ବିକଳ୍ପ? ନିୟମ ଅନୁଯାୟୀ ରାହୁଲ ଗାନ୍ଧି ସୁରତ କୋର୍ଟର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ । ରହିତାଦେଶ ପାଇଁ ହାଇକୋର୍ଟରେ ଅପିଲ କରିପାରିବେ । ହାଇକୋର୍ଟରୁ ଯଦି ଦଣ୍ଡାଦେଶ ଉପରେ ରହିତାଦେଶ ମିଳେ, ତେବେ ତାଙ୍କ ସାଂସଦ ପଦ ପୁଣି ଫେରିଆସିବ । ଯଦି ହାଇକୋର୍ଟରୁ ମଧ୍ୟ ତାଙ୍କୁ ଆଶ୍ୱସ୍ତି ନ ମିଳେ, ତେବେ ସେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିପାରିବେ । ସୁପ୍ରିମକୋର୍ଟରୁ ରହିତାଦେଶ ମିଳିଲେ ମଧ୍ୟ ତାଙ୍କ ପଦ ଫେରିଆସିବ ।

କିନ୍ତୁ ଯଦି ସୁପ୍ରିମକୋର୍ଟ ବି ଦଣ୍ଡ ସପକ୍ଷରେ ରାୟ ଦିଅନ୍ତି, ତେବେ ରାହୁଲ ୮ ବର୍ଷ ନିର୍ବାଚନ ଲଢିବାରୁ ବଂଚିତ ହେବେ । ନିୟମ ଅନୁଯାୟୀ ଯେତିକି ବର୍ଷ ସଜା ହୋଇଛି, ତାହା ସହ ବାକି ୬ ବର୍ଷ ତାଙ୍କ ଉପରେ କଟକଣା ରହିବ । ପୂର୍ବରୁ ଦଣ୍ଡାଦେଶ ପରେ ପଦ୍ଦ ରଦ୍ଦ ପୂର୍ବରୁ ସାଂସଦଙ୍କୁ ୩ ମାସର ସମୟ ମିଳୁଥିଲା । ହେଲେ ୨୦୧୩ରେ ଏକ ରାୟ ପରେ ତତକ୍ଷଣାତ ପଦ ରଦ୍ଦର ନିୟମ ଲାଗୁ ହୋଇଛି । ରାହୁଲ କେରଳର ୱାୟନାଡରୁ ଲୋକସଭା ସାଂସଦ ଭାବେ ୨୦୧୯ରେ ନିର୍ବାଚିତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ