Masthead

ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପାଖରେ କ’ଣ ବିକଳ୍ପ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପାଖରେ କ’ଣ ବିକଳ୍ପ? ନିୟମ ଅନୁଯାୟୀ ରାହୁଲ ଗାନ୍ଧି ସୁରତ କୋର୍ଟର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ । ରହିତାଦେଶ ପାଇଁ ହାଇକୋର୍ଟରେ ଅପିଲ କରିପାରିବେ । ହାଇକୋର୍ଟରୁ ଯଦି ଦଣ୍ଡାଦେଶ ଉପରେ ରହିତାଦେଶ ମିଳେ, ତେବେ ତାଙ୍କ ସାଂସଦ ପଦ ପୁଣି ଫେରିଆସିବ । ଯଦି ହାଇକୋର୍ଟରୁ ମଧ୍ୟ ତାଙ୍କୁ ଆଶ୍ୱସ୍ତି ନ ମିଳେ, ତେବେ ସେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିପାରିବେ । ସୁପ୍ରିମକୋର୍ଟରୁ ରହିତାଦେଶ ମିଳିଲେ ମଧ୍ୟ ତାଙ୍କ ପଦ ଫେରିଆସିବ ।

କିନ୍ତୁ ଯଦି ସୁପ୍ରିମକୋର୍ଟ ବି ଦଣ୍ଡ ସପକ୍ଷରେ ରାୟ ଦିଅନ୍ତି, ତେବେ ରାହୁଲ ୮ ବର୍ଷ ନିର୍ବାଚନ ଲଢିବାରୁ ବଂଚିତ ହେବେ । ନିୟମ ଅନୁଯାୟୀ ଯେତିକି ବର୍ଷ ସଜା ହୋଇଛି, ତାହା ସହ ବାକି ୬ ବର୍ଷ ତାଙ୍କ ଉପରେ କଟକଣା ରହିବ । ପୂର୍ବରୁ ଦଣ୍ଡାଦେଶ ପରେ ପଦ୍ଦ ରଦ୍ଦ ପୂର୍ବରୁ ସାଂସଦଙ୍କୁ ୩ ମାସର ସମୟ ମିଳୁଥିଲା । ହେଲେ ୨୦୧୩ରେ ଏକ ରାୟ ପରେ ତତକ୍ଷଣାତ ପଦ ରଦ୍ଦର ନିୟମ ଲାଗୁ ହୋଇଛି । ରାହୁଲ କେରଳର ୱାୟନାଡରୁ ଲୋକସଭା ସାଂସଦ ଭାବେ ୨୦୧୯ରେ ନିର୍ବାଚିତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର