Masthead

ରାଜନୀତି କ୍ୟାରିୟରରେ ଲାଗିବ ଗ୍ରହଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଡ଼ୁଛି ଘୋଷଣା ସମୟ । ବୈଠକ ପରେ ବୈଠକ, ହେଲେ ଛିଣ୍ଡୁନି ଆସନ ଭାଗବଣ୍ଟା । ବିଜେପି-ବିଜେଡି ମେଣ୍ଟ କରି ଆଗାମୀ ସାଧାରଣ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କେବେଳ ଔପଚାରିକ ଘୋଷଣା ବାକି ଥିବା କୁହାଯାଉଥିବା ବେଳେ ଏପେଟେ କିନ୍ତୁ ଆସନ ଭାଗବଣ୍ଟା ଛିଣ୍ଡୁନି । ଆସନ ବୁଝାମଣାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଗୁରୁବାର ରାତିରେ ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଥିବା ଜଣାପଡ଼ିଛି । ଯଦି ମେଣ୍ଟ ହୁଏ ତେବେ ବିଧାୟକ ଓ ଆଶୟୀ ଥିବା ପ୍ରାର୍ଥୀଙ୍କ ଭବିଷ୍ୟତ କ’ଣ ହେବ ।

ତାକୁ ନେଇ ଅନେକ ବିଧାୟକ ଓ ପ୍ରାର୍ଥୀଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ଗତ କିଛି ଦିନ ମଧ୍ୟରେ ବିଜେଡିର ଅନେକ ହେବିୱେଟ ନେତା ବିଜେପିରେ ଯୋଗ ଦେଇଛନ୍ତି । ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ଭଳି ଅନେକ ନେତା ପଦ୍ମ ଶିବିରକୁ ଡିଆଁ ମାରିଛନ୍ତି । ହେଲେ ନିଜ ନିର୍ବାଚନମଣ୍ଡଳୀର କ’ଣ ହେବ? ମେଣ୍ଟ ହେଲେ କାହା ଭାଗରେ ପଡ଼ିବ ଆସନ ? ବିଜେପି ନା ବିଜେଡିର ? କେବଳ ଦଳ ଡିଆଁ ବିଧାୟକଙ୍କ କଥା କାହିଁକ କହିବା ଯଦି ଦେଖିବା ବିଜେଡି ଓ ବିଜେପିର ଅଧିକାଂଶ ନେତାଙ୍କୁ ଏବେ ରାଜନୈତିକ କ୍ୟାରିଅର ଚିନ୍ତା । ଯଦି ନିଜ ଆସନ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ କିମ୍ବା ନୂଆ ସହଯୋଗୀ ଦଳ ଖାତାକୁ ଯାଏ ତେବେ ରାଜନୀତି କରିବେ କେଉଁଠି? ଯଦି ମେଣ୍ଟ ହୁଏ

ଟିକେଟ ମିଳିବ କି ନାହିଁ ପଛ ଆସନ ରହିବ କି ନାହିଁ

୨୦୨୪ରେ ବିଧାୟକ ହେବାକୁ ପ୍ରତି ନିର୍ବାଚନମଣ୍ଡଳୀରୁ ଆଶାୟୀ ନେତାମାନେ ଆଗୁଆ ପ୍ରସ୍ତୁତି କରିଥିଲେ। ଟିକଟ ଲବି ବି ଚଳାଇଥିଲେ। ଅନେକଙ୍କୁ ଲାଗୁଥିଲା, ଏଥର ଟିକଟ ପକ୍କା। ଅଚାନକ ମେଣ୍ଟ ଖବର ନିଦ ହଜାଇ ଦେଇଛି। ଟିକଟ ମିଳିବ କି ନାହିଁ ତାହା ପଛ କଥା । ଆସନ ରହିବ କି ନାହିଁ ଏବେ ତାକୁ ନେଇ ମୁଣ୍ଡରେ ଚିନ୍ତା ।

ରାଜନୀତି କ୍ୟାରିୟରରେ ଲାଗିବ ଗ୍ରହଣ

କେବଳ ଗତଥରର ପ୍ରାର୍ଥୀ ନୁହନ୍ତି, ଶହଶହ ଆଶାୟୀ ବି ଟିକେଟକୁ ଅନେଇ ବସିଛନ୍ତି । ସମସ୍ତଙ୍କ ମୁଣ୍ଡରେ ବଡ଼ ଚିନ୍ତା ଯଦି ଆସନ ଭାଗ ବଣ୍ଟାରେ ଆସନ ପଳାଏ ତେବେ କରିବେ କ’ଣ? ମେଣ୍ଟ ହେଲେ ସବୁ ପରିଶ୍ରମ ବୃଥା ହେବ । ଆଉ ବିଜେପିର ବିଜେଡିକୁ ଫେରି ହେବ ନାହିଁ କି ବିଜେଡିରୁ ବିଜେପିକୁ । ରାଜନୀତି କ୍ୟାରିୟରେ ଗ୍ରହଣ ଲାଗିବା ସୁନିଶ୍ଚିତ ।

ଟିକେଟ ପାଇଁ ମାଳ ମାଳ ଆଶାୟୀ, ହେଲେ ମିଳିବ କାହାକୁ?

ବିଜେଡିରେ ସବୁ ଆସନ ପାଇଁ ମାଳ ମାଳ ଆଶାୟୀ । ବିଜେପି ନେତା ଆଶଙ୍କା କରୁଛନ୍ତି ଯେତିକି ଆସନରେ ବିଜେପି ଲଢିବନି ସେ ନିର୍ବାଚନମଣ୍ଡଳୀରେ ବିଜେପି ନେତାଙ୍କ ବସ୍ତାନୀରେ ଡୋରି ବନ୍ଧା ହେବ । ସମାନ ସ୍ଥିତି ବିଜେଡିର । ଯେତିକି ଆସନ ବିଜେପିକୁ ଛାଡିଦେବ ସେଠାରେ ବିଜେଡି ନେତା, କର୍ମୀ ଓ ସଙ୍ଗଠନ ଅବସ୍ଥା ବେହାଲ ହେବା ସମସ୍ତେ ଆଶଙ୍କା କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ଅନେକ ବିଧାୟକ, ଗତଥରର ପ୍ରାର୍ଥୀ ଓ ଟିକେଟ ଆଶାୟୀ । ମେଣ୍ଟ ଚର୍ଚ୍ଚା ବିଢିବା ପରଠୁ ଟିକେଟ ଲବିରେ ଅଚାନକ ଲାଗିଛି ବ୍ରେକ । କ’ଣ କରିବେ କେହି ବି ବୁଝି ପରୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ