ସାଂସଦ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହୋଇଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୁଜରାଟ ସୁରତର ଏକ କୋର୍ଟ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ଶୁଣାଇବାର ଗୋଟିଏ ଦିନ ପରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଗୁଜୁରାଟ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଦାୟର କରିଥିବା ମାନହାନି ମକଦ୍ଦମାର ରାୟ ଶୁଣାଇ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ ହାନି କରିଥିବା ପୂର୍ଣ୍ଣେଶ ମୋଦି ଅଭିଯୋଗ କରିଥିଲେ । ସେ ସୁରତରୂ ଏକ କୋର୍ଟରେ ମାମଲା ରୁଜୁ କରିଥିଲେ ।

୨୦୧୯ ଏପ୍ରିଲ ୧୩ । ୨୦୧୯ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକର କୋଲାରରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିଲା ଜନସମାବେଶ । ଏଥିରେ ରାହୁଲ ଗାନ୍ଧି ଯୋଗ ଦେଇ ନୀର୍ଭୟ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ । ରାହୁଲ କହିଥିଲେ ଏମାନଙ୍କର ସାଧାରଣତଃ ସଂଜ୍ଞା ମୋଦି । କେମିତି ସବୁ ଚୋରମାନଙ୍କର ସାଙ୍ଗିଆ ମୋଦି ହେଲା ବୋଲି ରାହୁଲ ପ୍ରଶ୍ନ କରିଥିଲେ । ୨୦୧୯ ଏପ୍ରିଲ ୧୬ ଗୁଜୁରାଟର ବିଜେପି ପୂର୍ଣ୍ଣେଶ ମୋଦି ସୁରତର ଏକ କୋର୍ଟର ରାହୁଲଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କଲେ । ଭାରତୀୟ ଦଣ୍ଡବିଧି ଆଇନର ୪୯୯, ୫୦୦ ଓ ୫୦୪ ଦଫାରେ ମାମଲା ରୁଜୁ ହୋଇଥିଲା । ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ରାହୁଲଙ୍କୁ ସମନ ଜାରି କରିଥିଲେ ।

୨୦୧୯ ଜୁଲାଇ ୧୬ । କୋର୍ଟ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ୨୦୧୯ ଅକ୍ଟୋବର ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ୟ୍ୟ କରିଥିଲେ । ୨୦୧୯ ଅକ୍ଟୋବର ୧୦ । ରାହୁଲ ଗାନ୍ଧୀ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ଯୁକ୍ତି ବାଢିଥିଲେ ସେ ଦୋଷୀ ନୁହନ୍ତି । ୨୦୨୦ ଜୁନ । ରାହୁଲ ଗାନ୍ଧୀ କୋର୍ଟଙ୍କୁ କହିଥିଲେ ସେ କୌଣସି ଖରାପ ମନ୍ତବ୍ୟ ଦେଇନାହାନ୍ତି । ୨୦୨୧ ଅକ୍ଟୋବର ୨୯ । କୋର୍ଟଙ୍କ ନିଦେ୍ର୍ଦଶରେ ରାହୁଲ ଗାନ୍ଧୀ ଅଦାଲତରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ଯାହା ରେକର୍ଡ କରାଯାଇଥିଲା । ୨୦୨୨ ମାର୍ଚ୍ଚ ୭ । ସୁରତ କୋର୍ଟଙ୍କ ନିଦେ୍ର୍ଦଶକୁ ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପୂର୍ଣ୍ଣେଶ ମୋଦି । । ଏହା ଖାରଜ ହୋଇଯାଇଥିଲା । ରାହୁଲଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଥିଲେ ସୁରତ କୋର୍ଟରେ ସେ ଦେଇଥିବା ବୟାନକୁ ବାଖ୍ୟା କରନ୍ତୁ । ୨୦୨୩ ମାର୍ଚ୍ଚ ୨୦ । ସୁରତ କୋର୍ଟ ମାମଲାର ସିଦ୍ଧାନ୍ତରେ ପହଞ୍ଚି ଥିଲେ । କିନ୍ତୁ ରାୟ ସଂରକ୍ଷିତ ରଖିଥିଲେ । ଗୁଜୁରାଟ ହାଇକୋର୍ଟ ମାନହାନି ମକଦ୍ଦମା ଉପରୁ ରହିତାଦେଶ ଉଠାଇଲେ ।
୨୦୨୩ ମାର୍ଚ୍ଚ ୧୭ । ଅଦାଲତରେ ଏହି ମାମଲାରେ ଟ୍ରାଏଲ ସରିଲା । ମାର୍ଚ୍ଚ ୨୩ ରେ ଘୋଷଣା କରାଯିବ ବୋଲି ଅଦାଲତ ସ୍ପଷ୍ଟ କଲେ ।
୨୦୨୩ ମାର୍ଚ୍ଚ ୨୩ । ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ । ଉପର କୋର୍ଟରେ ଆବେଦନ ପାଇଁ ଦେଲେ ୩୦ ଦିନ ସମୟ ।
୨୦୨୩ ମାର୍ଚ୍ଚ ୨୪ । ଲୋକସଭା ସଚିବାଳୟ ରାହୁଲଙ୍କ ସଭ୍ୟ ପଦକୁ ରଦ୍ଦ କଲା । ଏସମ୍ପର୍କୀତ ନିଦେ୍ର୍ଦଶାନାମା ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ, ପ୍ରଧାନମନ୍ତ୍ରୀଙ୍କ ସଚିବାଳୟ, ରାଜ୍ୟସଭା ସଚିବାଳୟ, ନିର୍ବାଚନ କମିଶନ, କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ , କେରଳ ମୁଖ୍ୟ ନିର୍ବାଚନ ଅଧିକାରୀ, ସଂସଦର ରିଆସନିଂ ଅଫିସର ପ୍ରମୁଖଙ୍କୁ ଜଣାଇ ଦିଆଯାଇଛି । ବୁ୍ୟ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା