Masthead

ବିଧାନସଭାରେ ଉଠିଲା ପାଟଧରା ଓ କାଟଫେର ଆଦିବାସୀ ପ୍ରସଙ୍ଗ

ନୂଆପଡା (ବଡ଼ ଖବର ବ୍ୟୁରୋ):ବିଧାନସଭାରେ ଉଠିଲା ପାଟଧରା ଓ କାଟଫେର ଆଦିବାସୀ ପ୍ରସଙ୍ଗ । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାଟଧରା ଅଞ୍ଚଳର ଆଦିବାସୀଙ୍କ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତଦନ୍ତ ନାଁରେ ଆଦିବାସୀଙ୍କୁ ହଇରାଣ କରଯାଉଥିବା କହିଲେ ନରସିଂହ । ମାଓ ବାଦୀ ମଲେ ଇନଫର୍ମର ସନ୍ଦେହରେ ହତ୍ୟା , ଯବାନ ସହିଦ ହେଲେ ତଦନ୍ତ ନାଁରେ ନିର୍ୟାତନା ।

ଗତ ୧୮ ତାରିଖରେ ବୋଡେ଼ନ ଥାନା ଘେରାଉ କରିଥିଲେ ପାଟଧରା ଅଞ୍ଚଳର ଆଦିବାସୀ । ନିରୀହ ଆଦିବାସୀ ମାନଙ୍କ ଉପରେ ନିର୍ୟାତନା ବନ୍ଦ ନ ହେଲେ ଭିଟା ମାଟି ଛାଡ଼ିବୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଜଙ୍ଗଲରେ ଘର କରିଥିବାରୁ ଉଭୟ ମାଓବାଦୀ ଓ ପୋଲିସ ଭୟ ରହିଥିବା କହିଥିଲେ ସ୍ଥାନୀୟ ଲୋକେ । ପାଟଧରା ଓ କାଟଫେର ଗାଁର ଆଦିବାସୀଙ୍କ କଥାକୁ ସରକାର ଗୁରୁତର ସହ ନେବାକୁ ସାଧାରଣରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ