Masthead

ହିଣ୍ଡେନ୍‌ବର୍ଗ ରିିପୋର୍ଟ ପରେ ଜାକ୍ ଡୋର୍ସିଙ୍କର ୫୨୬ ନିୟୁତ ଡଲାର କ୍ଷତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜ୍ୟାକ ଡୋର୍ସିଙ୍କ କମ୍ପାନୀ ବ୍ଲକ ଆଇଏନସିକୁ ଟାର୍ଗେଟ କରିଛି ହିଣ୍ଡେନବର୍ଗ କମ୍ପାନୀ । ଜ୍ୟାକ ଡୋର୍ସିଙ୍କ ଏହି କମ୍ପାନୀ ଏକ ପେମେଣ୍ଟ କମ୍ପାନୀ । ଆମେରିକାର ତଦନ୍ତକାରୀ ଗ୍ରୁପ୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗୁରୁବାର ଜାକ୍‌ ଡୋର୍ସିଙ୍କ ମୋବାଇଲ୍‌ ପେମେଣ୍ଟ୍‌ସ ସଂସ୍ଥା ବ୍ଲକ୍‌ ବିରୋଧରେ ଅନିୟମିତତା ଅଭିଯୋଗ ଆଣିଥିଲା। ଏହାର କିଛି ଘଣ୍ଟା ପରେ ଜାକ୍‌ ଶେୟାର ବଜାରରେ ୫୨୬ ନିୟୁତ ଡଲାର କ୍ଷତି ସହିଛନ୍ତି। ବ୍ଲକ୍‌ର ଚିଫ୍‌ ଫାଇନାନ୍ସିଆଲ ଅଫିସର ଭାରତୀୟ ବଂଶୋଦ୍ଭବ ଅମ୍ରିତା ଆହୁଜାଙ୍କ ନାମ ମଧ୍ୟ ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।

ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ ଗୋଟିଏ ଦିନରେ ଜାକ୍‌ଙ୍କ ଷ୍ଟକ୍‌ ୫୨୬ ନିୟୁତ ଡଲାର ବା ୧୧ ପ୍ରତିଶତ ହ୍ରାସ ପାଇ ୪.୪ ବିଲିୟନ ଡଲାରରେ ପହଞ୍ଚିଛି। ବ୍ଲକ୍‌ ଏହାର ୟୁଜର ମେଟ୍ରିକ୍ସକୁ ବହୁତ ଅଧିକ ଦର୍ଶାଇଥିବା ହିଣ୍ଡେନ୍‌ବର୍ଗ ଏହାର ରିପୋର୍ଟରେ ଅଭିଯୋଗ କରିବା ପରେ ଏହାର ଷ୍ଟକ୍‌ ହ୍ରାସ ପାଇଛି। ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିବା ସହ ଶର୍ଟ ସେଲର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି। ପୂର୍ବରୁ ହିଣ୍ଡେନ୍‌ବର୍ଗ ଭାରତର ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଅନିୟମିତତା ଅଭିଯୋଗ ଆଣିବା ପରେ ତାଙ୍କର ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ