Masthead

ହିଣ୍ଡେନ୍‌ବର୍ଗ ରିିପୋର୍ଟ ପରେ ଜାକ୍ ଡୋର୍ସିଙ୍କର ୫୨୬ ନିୟୁତ ଡଲାର କ୍ଷତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜ୍ୟାକ ଡୋର୍ସିଙ୍କ କମ୍ପାନୀ ବ୍ଲକ ଆଇଏନସିକୁ ଟାର୍ଗେଟ କରିଛି ହିଣ୍ଡେନବର୍ଗ କମ୍ପାନୀ । ଜ୍ୟାକ ଡୋର୍ସିଙ୍କ ଏହି କମ୍ପାନୀ ଏକ ପେମେଣ୍ଟ କମ୍ପାନୀ । ଆମେରିକାର ତଦନ୍ତକାରୀ ଗ୍ରୁପ୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗୁରୁବାର ଜାକ୍‌ ଡୋର୍ସିଙ୍କ ମୋବାଇଲ୍‌ ପେମେଣ୍ଟ୍‌ସ ସଂସ୍ଥା ବ୍ଲକ୍‌ ବିରୋଧରେ ଅନିୟମିତତା ଅଭିଯୋଗ ଆଣିଥିଲା। ଏହାର କିଛି ଘଣ୍ଟା ପରେ ଜାକ୍‌ ଶେୟାର ବଜାରରେ ୫୨୬ ନିୟୁତ ଡଲାର କ୍ଷତି ସହିଛନ୍ତି। ବ୍ଲକ୍‌ର ଚିଫ୍‌ ଫାଇନାନ୍ସିଆଲ ଅଫିସର ଭାରତୀୟ ବଂଶୋଦ୍ଭବ ଅମ୍ରିତା ଆହୁଜାଙ୍କ ନାମ ମଧ୍ୟ ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।

ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ ଗୋଟିଏ ଦିନରେ ଜାକ୍‌ଙ୍କ ଷ୍ଟକ୍‌ ୫୨୬ ନିୟୁତ ଡଲାର ବା ୧୧ ପ୍ରତିଶତ ହ୍ରାସ ପାଇ ୪.୪ ବିଲିୟନ ଡଲାରରେ ପହଞ୍ଚିଛି। ବ୍ଲକ୍‌ ଏହାର ୟୁଜର ମେଟ୍ରିକ୍ସକୁ ବହୁତ ଅଧିକ ଦର୍ଶାଇଥିବା ହିଣ୍ଡେନ୍‌ବର୍ଗ ଏହାର ରିପୋର୍ଟରେ ଅଭିଯୋଗ କରିବା ପରେ ଏହାର ଷ୍ଟକ୍‌ ହ୍ରାସ ପାଇଛି। ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିବା ସହ ଶର୍ଟ ସେଲର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି। ପୂର୍ବରୁ ହିଣ୍ଡେନ୍‌ବର୍ଗ ଭାରତର ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଅନିୟମିତତା ଅଭିଯୋଗ ଆଣିବା ପରେ ତାଙ୍କର ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ