Masthead

‘ସ୍ଥାୟୀ ନିଯୁକ୍ତି ଆମର ଦାବି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାନ୍ଧୀମାର୍ଗରେ ଗର୍ଜିଲେ ହଜାର ହଜାର ଆଉଟ ସୋର୍ସିଙ୍ଗ କର୍ମଚାରୀ । ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କୁ ଶୋଷଣ ମୁକ୍ତ କରି ନିୟମିତ କରିବା ଦାବିରେ ବିକ୍ଷୋଭ । ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ବିଶାଳ ଗଣ ସମାବେଶରେ ନେତୃମଣ୍ଡଳୀ ସତର୍କ ସୂଚନା ଦେଇଛନ୍ତି । ଦାବି ପୂରଣ ନହେଲେ ଆନେ୍ଦାଳନ ଆହୁରୀ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଆଉଟ ସୋର୍ସିଙ୍ଗ କର୍ମଚାରୀ କହିଛନ୍ତି, ଗତ କିଛି ବର୍ଷଧରି ରାଜ୍ୟରେ କିଛି ପ୍ରଶାସକ ଓ ରାଜନେତା ମିଛ ବାଣ୍ଟିବାର ପ୍ରତିଯୋଗୀତା ଚଳାଇ ଆସିଛନ୍ତି ।

୨୦୧୮ ମସିହାରେ ଆନ୍ଦୋଳନ ସ୍ଥଳରୁ କର୍ମଚାରୀ ପ୍ରତିନିଧି ମଣ୍ଡଳୀଙ୍କୁ ଡାକି ତତ୍କାଳିନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆମକୁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ । ଏକମାସ ମଧ୍ୟରେ ଆମ ଦାବି ବିଷୟରେ ଆଲୋଚନା କରି ସମାଧାନ କରିବେ ବୋଲି କହିଥିôଲେ । କିନ୍ତୁ ପାଞ୍ଚ ବର୍ଷ ବିତିଗଲା କିଛି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି ବିକ୍ଷୋଭ କରୁଥିବା କର୍ମଚାରୀମାନେ । ତୁରନ୍ତ ସ୍ଥାୟୀ ଚାକିରି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ଦରମା ବୃଦ୍ଧି ଦାବୀ କରିଛନ୍ତି । ତୁରନ୍ତ ପୂରଣ ନକଲେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରୁ ଜନଚେତନା କାର୍ୟ୍ୟକ୍ରମ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ