Masthead

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହ ଯାଏଁ ରାଜ୍ୟରେ ଠାଏ ଠାଏ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଅକ୍ଟୋବର ତୃତୀୟ ସପ୍ତାହରେ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା- ଉତ୍ତର ଆନ୍ଧ୍ର ମୁହାଁ ହୋଇଛି ଆଉ ଏକ ଲଘୁଚାପ । ତେବେ ଓଡ଼ିଶା ଉପରେ ଏହାର ଅଧିକ ପ୍ରଭାବ ନଥିବା ଜଣାପଡ଼ିଛି । କେବଳ ଊପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ପଶୁପାଳକ ପ୍ରାଥମିକ ଆକଳନରେ କହିଛନ୍ତି ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଲଘୁଚାପ ଫିଲିପାଇନସର ପଶ୍ଚିମରେ ଗଭୀର ଅବପାତର ରୂପ ନେବ ।

ଦକ୍ଷିଣ ଚୀନ ସାଗର ଅତିକ୍ରମ କରି ଭିଏତନାମ ଉପକୂଳରେ ସ୍ୱଳ୍ପ ବର୍ଷା କରିବ । ପରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳକୁ ମୁହାଁଇବ । ୧୭ ତାରିଖ ବେଳକୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ବି ଏହାର ପ୍ରଭାବ ଅନୁଭୂତ ହେବ । ୧୫, ୧୬ ଓ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ସାଧାରଣତଃ ଅକ୍ଟୋବର ମାସରେ ଅଧିକ ବାତ୍ୟା ହୁଏ । ପୁଣି କେନ୍ଦ୍ରୀୟ ବଙ୍ଗୋପସାଗର ଓ ବାୟୁମଣ୍ଡଳର ପରିସ୍ଥିତି ଆନ୍ଧ୍ରରେ ସୃଷ୍ଟ ଅବପାତକୁ ଅଧିକ ଘନୀଭୂତ କରିବା ପାଇଁ ପାଗ ଅନୁକୂଳ ରହୁଛି । ତେବେ ଯଦି ଏହା ସମୁଦ୍ରରେ ୫ ଦିନରୁ ଅଧିକ ରହିବ ଏହା ବଳଶାଳୀ ହୋଇ ବାତ୍ୟା ରୂପ ନେବ । କିନ୍ତୁ ଏହା ଗୁଲାବ ପରି ଅପେକ୍ଷାକୃତ ଛୋଟ ବାତ୍ୟା ହେବ ବୋଲି ପ୍ରାଥମିକ ଆକଳନ କହୁଛି ।

ଆନ୍ଧ୍ରପ୍ରଦେଶର କାକିନାଡା ଓ ମଛଲିପାଟଣା ଭିତରେ ଏହି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଆସନ୍ତା ୧୦ ତାରିଖ ବେଳକୁ ସ୍ଥିତି ଆହରି ସ୍ପଷ୍ଟ ହେବ ଓ ବାତ୍ୟାର ପ୍ରଭାବ କେତେ ରହିବ ତାହା ଅଧିକ ଜାଣିହେବ ବୋଲି ସେ କହିଛନ୍ତି । ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୧୦ରୁ ୧୨ ତାରିଖ ଓଡ଼ିଶାରେ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଭାଗର ରେକର୍ଡ ଅନୁସାରେ କେନ୍ଦୁଝରରେ ଆଜି ୧୬ ମିଲିମିଟର ବର୍ଷା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ