ତାଳଦଣ୍ଡା କେନାଲ ରାସ୍ତା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ, (ବଡ଼ ଖବର ବ୍ୟୁରୋ): ବହୁଦିନ ହେବ କଟକ ବାସୀଙ୍କ ଦାବି ଆଜି ପୂରଣ ହୋଇଛି । ଆଜି କଟକ ତାଳଦଣ୍ଡା କେନାଲ ରାସ୍ତା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି କେନାଲ ରାସ୍ଥାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋବ୍ରା ଠାରୁ ରାଣୀହାଟ ପର୍ଯ୍ୟନ୍ତ ଏହି କେନାଲ ରାସ୍ତାକୁ ପ୍ରଶସ୍ତିକରଣ କରାଯାଇଛି । ୭ ମାସ ମଧ୍ୟରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ରାସ୍ତାର ପ୍ରଶସ୍ତିକରଣ ଦ୍ୱାରା ଏସସିବି ମେଡିକାଲକୁ ବିଭିନ୍ନ ସ୍ଥାନରୁ ଆସିଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ମେଡ଼ିକାଲରେ ପହଞ୍ଚିପାରିବେ । ପ୍ରାୟ ଦେଢ କିମି ରାସ୍ତାର ଉଭୟ ପଟକୁ ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି ।

ଏହାସହିତ ରାସ୍ତାର ଉଭୟ ପାଶ୍ୱର୍ରେ ଫୁଟପାଥ ରାସ୍ତା ତିଆରି କରାଯାଇଛି । ତିନି ଲେନ ବିଶିଷ୍ଟ ଏହି କେନାଲ ରାସ୍ତାରେ ୫ଟି ପାର୍କଂ ସ୍ଥଳ ତିଆରି କରାଯାଇଛି । ଯୋବ୍ରା ଠାରୁ ରାଣୀହାଟ ପର୍ଯ୍ୟନ୍ତ ଦୀର୍ଘ ଦେଢ କିଲୋମିଟର କେନାଲ ରାସ୍ତାର ଆଜି ଲୋକର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ବାସୀଙ୍କ ଏକ ବଡ଼ ସମସ୍ୟା ହେଉଛି କଟକ ସହରରେ ଥିବା ସଂକୀର୍ଣ୍ଣ ରାସ୍ତା । ଫଳରେ ଲୋକମାନେ ଅନେକ ଅସୁବିଧାରେ ସମ୍ମୁଖିନ ହୋଇଥାନ୍ତି । ତେଣୁ କଟକକୁ ଆଧୁନିକ ରୂପ ଦେବାରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ରାସ୍ତା ଦ୍ୱାରା କଟକ ବାହାରୁ ଆସୁଥିବା ରୋଗୀମାନେ ବେଶ ଉପକୃତ ହେବ । ଏହା ସହିତ ଏହି ରାସ୍ତା ଦେଇ ସମସ୍ତ ଆମ୍ବୁଲାନ୍ସ ସୁବିଧାରେ ଯିବାଆସିବା କରିପାରିବ । ଏହି ରାସ୍ତା ଫଳରେ ଅନେକ ଲୋକ ସୁରୁଖୁରୁରେ ଯାତାୟତ କରିପାରିବେ । ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହି ଚିକିତ୍ସା କ୍ଷେତ୍ରରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ବିଶ୍ୱ ସ୍ତରରେ ଅର୍ଜନ କରିଥିବା ତାର ନାମକୁ ବଖାଣିଥିଲେ । ତାଙ୍କ ସହିତ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ