Masthead

ନୂଆପଡ଼ାରେ ପୁଣି ବାଛୁରୀକୁ ମାରିଲା ବାଘ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ା ସିଲେରିବାହାଲରେ ପୁଣି ବାଛୁରୀକୁ ମାରିଲା ବାଘ। ସକାଳ ନ ହେଉଣୁ ବାଘ ନେଉଛି ଗୋଟିଏ ଜୀବନ। ବାଘ ତାର ସ୍ଥିତିକୁ ଜାହିର କରିବାରେ ଲାଗିଛି । ନୂଆପଡ଼ାରେ ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ଗାଈ ବାଛୁରୀକୁ ମାରୁଛି କଲରାପତରିଆ। ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଆଜି ସକାଳୁ ସକାଳୁ ପୁଣି ନୂଆପଡା ଫରେଷ୍ଟ ରେଞ୍ଜ ଧରମବନ୍ଧା ବିଟର ସିଲେରିବାହାର ଗାଁରେ ଗୋଟିଏ ବାଛୁରୀକୁ ବାଘ ମାରି ଦେଇଥିବା ଖବର ସାମନାକୁ ଆସିଛି।

ସୁନାନେଡା ଅଭୟାରଣ୍ୟକୁ ଲାଗି ରହିଥିବା ସଂରକ୍ଷିତ ଜଙ୍ଗଲ ସବୁ ଏବେ ବାଘ ପାଇଁ ଅଭୟ ପରିବେଶ ପାଲଟିଥିବା ମନେ ହେଉଛି। ଗତକାଲି ଯେଉଁ ଜାଗାରେ ବାଛୁରୀକୁ ମାରିଥିଲା ଠିକ ସେହି ଜାଗାର ୧୦୦ ମିଟର ଦୂରରେ ଆଜି ଆଉ ଗୋଟିଏ ବାଛୁରୀ କୁ ବାଘ ମାରି ଦେଇଛି। ଏଥିରୁ ଲୋକେ ଅନୁମାନ କରୁଛନ୍ତି ବାଘ ସେହି ପାଖାପାଖି ହିଁ ରହୁଥାଇ ପାରେ। ଗତକାଲି ଦୁଇଟି ବାଘ ଦେଖିଥିବା ପ୍ରତ୍ୟେକଦର୍ଶୀ କହିଥିବା ବେଳେ ଏକାଧିକ ବାଘ ଗାଁ ମୁହାଁ ହେଇଥିବା ଅନୁମାନ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ