Masthead

୨୪ ନିର୍ବାଚନ ପାଇଁ ଅଦଳବଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୨୪ ନିର୍ବାଚନ ପାଇଁ ବିଜେଡି ଜିଲ୍ଲା ସ୍ତରର କୌଣସି କର୍ମକର୍ତ୍ତାଙ୍କ ମନ ଊଣା କରିବାକୁ ଚାହୁଁନି । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶୀର୍ଷ ନେତୃତ୍ୱ ଆଗ୍ରହ ପ୍ରକାଶ କରିଛନ୍ତି । ଆସୁଛି ନିର୍ବାଚନ । ବିରୋଧୀ ବିଜେପି ସକ୍ରିୟ ହେବାରେ ଲାଗିଛି । ଦଳର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବା ସହ ବିଜୟଧାର ତ୍ୱତ୍ତର ରଖିବା ପାଇଁ ୩୦ଟି ଜିଲ୍ଲାରେ ୩୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରତି ଜିଲ୍ଲାରେ ସଙ୍ଗଠନର ସମ୍ପାଦକ, ସଭାପତି ପ୍ରଭୃତି କାର୍ଯ୍ୟକର୍ତ୍ତା ଥିଲେ ମଧ୍ୟ ସଙ୍ଗଠନକୁ ସଦୃଢ କରିବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହି ପର୍ଯ୍ୟବେକ୍ଷକମାନେ ତୃଣମୂଳ ସ୍ତରରୁ ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ ବଦଳରେ ମୟୂରଭଞ୍ଜ ଦାୟିତ୍ୱ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶକୁ ୪ ଜିଲ୍ଲା ଦାୟିତ୍ୱ। ସମ୍ବଲପୁର,ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ୱରେ ଥିଲେ। ପ୍ରଣବ ବଳବନ୍ତରାୟ ଭଦ୍ରକରୁ ବାଦ ଦିଆଯାଇ କଳାହାଣ୍ଡି ଦାୟିତ୍ଵ ଦିଆଯାଇଛି ।

ସୁଶାନ୍ତ ସିଂଙ୍କୁ ଦେବଗଡ଼ ଦାୟିତ୍ୱରୁ ବାଦ ଦିଆଯାଇ କେବଳ ବଲାଙ୍ଗିର ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଉଷାଦେଵୀଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି। ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡ଼ା ଦାୟିତ୍ବରେ ଅଛନ୍ତି । ପୂର୍ବରୁ ଢେଙ୍କାନାଳ ଓ ଖୋର୍ଦ୍ଧା ଦାୟିତ୍ୱରେ ଥିଲେ ପ୍ରମିଳା। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବଦଳରେ କଟକ ଦାୟିତ୍ଵ ମିଳିଛି। ମନ୍ତ୍ରୀ ଟୁକୁନୀ ସାହୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି । ପୂର୍ବରୁ ନୂଆପଡ଼ା ଦାୟିତ୍ବରେଥିଲେ ଟୁକୁନି ସାହୁ। ମନ୍ତ୍ରୀ ରୋହିତ ପୂଜାରୀ ବି ବାଦ। ସୋନପୁର ଦାୟିତ୍ୱରେ ଥିଲେ ରୋହିତ ପୂଜାରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!