Masthead

୧୮ ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କଲା ଭାରତୀୟ ଔଷଧ ମହାନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୧୮ ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ । ଲାଇସେନ୍ସ ରଦ୍ଦ କଲା ଭାରତୀୟ ଔଷଧ ମହାନିର୍ଦ୍ଦେଶାଳୟ । ଯାଞ୍ଚ ବେଳେ ଏହି କମ୍ପାନୀ ଗୁଡ଼ିକ ନକଲି ଔଷଧ ପ୍ରସ୍ତୁତ କରୁଥିବାର ପ୍ରମାଣ ମିଳିଥିଲା । ସେହି ଆଧାରରେ ଡିସିଜିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡିସିଜିଆଇ ପକ୍ଷରୁ ୨୦ଟି ରାଜ୍ୟରେ ଥିବା ୬୭ଟି ଔଷଧ କମ୍ପାନିର ଯାଞ୍ଚ କରାଯାଇଥିଲା । ତେବେ କେଉଁ କମ୍ପାନିଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ନକଲି ଓ ଅପମିଶ୍ରିତ ଔଷଧ ପ୍ରସ୍ତୁତ କରୁଥିବା ୧୮ଟି କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୨୬ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଡିସିଜିଆଇ ନକଲି ଔଷଧ ବିରୋଧରେ ଅଭିଯାନ ଆରମ୍ଭ କରି ୨୦୩ଟି କମ୍ପାନୀକୁ ଚିହ୍ନଟ କରିଛି । ସେଥିମଧ୍ୟ ୭୦ଟି କମ୍ପାନୀ ହିମାଞ୍ଚଳ ପ୍ରଦେଶର ହୋଇଥିବା ବେଳେ ୪୫ଟି ଉତ୍ତରାଖଣ୍ଡ ଓ ୨୩ଟି ମଧ୍ୟପ୍ରଦେଶରେ ରହିଛି । ଭାରତରେ ତିଆରି କଫ ସିରପ ପାଇଁ ଗାମ୍ବିଆ ଓ ଉଜବେକିସ୍ତାନରେ ଶିଶୁ ମୃତ୍ୟୁ ଭଳି ଘଟଣା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ