Masthead

ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ ନବ ଦାସ ଷଡ଼ଯନ୍ତ୍ର ହତ୍ୟାର ୬୦ ଦିନ ପୂର୍ଣ୍ଣ ହେଲା । ହତ୍ୟାର ଉଦେ୍ଦଶ୍ୟ ଏବଂ ପଛରେ କିଏ ଜଣା ପଡ଼ିଲା ନାହିଁ । ଏଥିରୁ ଓଡ଼ିଶା ପୋଲିସର ପାରିବା ପଣିଆ ଜଣାପଡିଲା । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ହେଉଛି । ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ । ଏହା କ୍ରିମିନାଲ କନସିପିରେସି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ କହିଲେ ନାହିଁ । ଜଣେ ଗୋଟେ ଗୋଟେ କଥା କହୁଛନ୍ତି । ରାଜ୍ୟରେ ଏଫବିଆଇ ତଦନ୍ତର ଉଦାହରଣ ନାହିଁ ।

ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ, ତେଣୁ ଏହା ଏକ ବିଶ୍ୱସ୍ତରିୟ ହତ୍ୟା ସେଥିପାଇଁ, ବିଶ୍ୱସ୍ତରୀୟ ତଦନ୍ତର ଦାୟିତ୍ୱ ଦେଲେ । ବିଧାନସଭା ସରିଗଲେ କଥାକୁ ଚପାଇ ଦିଆଯିବ । ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି, ପୋଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି । ଏହାର ନିର୍ୟାସ ବାହାରୁ ନାହୁଁ, ଗୃହର ଆବଶ୍ୟକତା କଣ ? କଣ କରିବୁ ଆମେ, ସାଧାରଣ ଜନତା କଣ କରିବେ ବୋଲି ପ୍ରଶ୍ନ କଲେ ଜୟନାରାୟଣ । ଅନେକ ହତ୍ୟା ହେଲାଣି, ବଡ ବଡ଼ ଲୋକଙ୍କ ହାତ ଅଛି । ସେଥିପାଇଁ ସରକାର ତଦନ୍ତ କରିବାକୁ ଚାହୁଁ ନାହାନ୍ତି । ସିବିଆଇ ତଦନ୍ତ ଦାବି ସାଙ୍ଗକୁ ରୁଲିଂ ଦାବି କଲେ ଜୟନାରାଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ