Masthead

ଦାବି ପୂରଣ ପାଇଁ ସ୍କୁଲ-କଲେଜ ସାମ୍ନାରେ ଧାରଣା

ସିନାପାଲି (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଅଭିନବ ଆନ୍ଦୋଳନ, ସ୍କୁଲ କଲେଜ ଫାଟକରେ ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି । ନୂଆପଡ଼ା ଜିଲ୍ଲାର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସାମ୍ନାରେ ଶିକ୍ଷକ ଓ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି । ସେହିପରି ସିନାପାଲି ବ୍ଲକ ମହଁଗାଁ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଧାରଣା ଦିଆ ଦିଆଯାଇଥିଲା । ସରକାର ଙ୍କ ସହିତ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିବାରୁ ଆଜି ଏହି ପ୍ରତୀକାତ୍ମକ ଆନ୍ଦୋଳନ କରାଯାଇଛି। ଆଜି ପ୍ରାୟ ୧୧ଘଣ୍ଟା ସମୟରେ ଜିଲ୍ଲାର ସମସ୍ତ ୫୧ଗୋଟି ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ୬ ଗୋଟି ମହାବିଦ୍ୟାଳୟ ଓ ୮ ଗୋଟି ଏହି ବର୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଛନ୍ତି।

୧୯୪ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା,୨୨୬/୩୯୯ ବର୍ଗ ବିଦ୍ୟାଳୟଙ୍କୁ ସପ୍ତମ ବେତନ ପ୍ରଦାନ କରିବା, ଚାକିରୀ କାଳକୁ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ଓ ପୁରୁଣା ପେନସନ ଲାଗୁ କରିବା , ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଖାଲିପଡ଼ିଥିବା ପଦବୀ ପୂରଣ କରିବା ସହ ସରକାରୀ ଘୋଷଣା କରିବା ଇତ୍ୟାଦି ଦାବୀ ନେଇ ଆଜି ସମନ୍ଵୟ ସମିତି ପକ୍ଷରୁ ଏହି ଧାରଣା ଅନୁଷ୍ଠିତ ହୋଇଛି। ନିଜ ନିଜ ବିଦ୍ୟାଳୟ ସାମ୍ନାରେ ଶିକ୍ଷକ ଓ କର୍ମଚାରୀମାନେ ହାତରେ ପ୍ଲା କାର୍ଡ ଧରି ଧାରଣା ଦେଇଛନ୍ତି । ଆଗାମୀ ଦାବି ପୂରଣ ନହେଲେ ଏପ୍ରିଲ ୨୬ ରେ ଭୁବନେଶ୍ୱର ଠାରେ ବିଶାଳ ସମାବେଶ କରାଯିବ ବୋଲି ସମନ୍ବୟ ସମିତିର ଜିଲ୍ଲା ଆବାହକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାଥ ଯୋଷୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା