Masthead

୧୨.୧୨ ପ୍ରତିଶତ ବଢ଼ିବ ମେଡିସିନର ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏପ୍ରିଲ ୧ରୁ ମହଙ୍ଗା ହେବ ଔଷଧ ଦର । ମେଡିସିନର ଦର ୧୨.୧୨ ପ୍ରତିଶତ ବୃଦ୍ଧି ପାଇବ । କିଛି ନିର୍ଦ୍ଧିଷ୍ଟ ଔଷଧର ମୂଲ୍ୟ ବୃଦ୍ଧି କରିବା ନେଇ ଜାତୀୟ ଫାର୍ମା ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଜ୍ଞପ୍ତି ଜାରି ହେବା ପରେ ଔଷଧ କମ୍ପାନୀ ଗୁଡ଼ିକ ଦର ବଢାଇବେ । ୮୦୦ ରୁ ୯୦୦ ଔଷଧର ଦର ବୃଦ୍ଧି କରାଯିବ । ଆଂଟି-ବାୟୋଟିକଠାରୁ ଆରମ୍ଭ କରି ପେନ୍କିଲର୍, ଡାଇବେଟିସ୍, କ୍ୟାନ୍ସର ଓ ଶ୍ୱାସ ଜନିତ ରୋଗର ଔଷଧର ମୂଲ୍ୟ ବୃଦ୍ଧି ହେବ ।

ଔଷଧଗୁଡିକର ଦର ସାଧାରଣତଃ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଥରିଟି ଧାର୍ୟ୍ୟ କରେ । ଗତବର୍ଷ ହୋଲସେଲ୍ ପ୍ରାଇସ ଇଣ୍ଡେକ୍ସର ଦର ୧୦.୭% ବୃଦ୍ଧି କରାଯାଇଥିଲା । ଏନପିପିଏ ଦ୍ୱାରା ନିୟନ୍ତ୍ରିତ କରାଯାଉଥିବା କେତେକ ସିଡ୍ୟୁଲଡ୍ ଔଷଧର ଦର ବୃଦ୍ଧି ହେଉଥିବା ବେଳେ ନନସିଡ୍ୟୁଲ୍ଡ ଔଷଧର ଦର ବାର୍ଷିକ ୧.୦% ବୃଦ୍ଧି ବ୍ୟବସ୍ଥା ରହିଛି । ଦରବୃଦ୍ଧି କାରଣରୁ ପ୍ରାୟ ୮୦୦ ଜରୁରୀ ଔଷଧର ଦର ବଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ