Masthead

ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ଅନୁକୂଳ ଆଜି ଠୁ ହିଁ ଆରମ୍ଭ ହୋଇଛି । ରଥକାଠକୁ ପବିତ୍ର ରାମନବମୀରେ ଚିରଟ କରାଯାଇଛି । ବଜାୟ ରହିଛି ପରମ୍ପରା । ପବିତ୍ର ରାମନବମୀରେ ଚିରଟ କରାଯାଇଛି ରଥକାଠ । କଟକ ଖପୁରିଆ ସ୍ଥିତ ସ ମିଲ ରେ କାଠ ଚିରଟ ଅନୁକୂଳ ହୋଇଛି । ପୁରୀ ଶ୍ରୀମନ୍ଦିରରୁ ଏକ ସ୍ୱତନ୍ତ ଟିମ ଏକ ଗାଡି ଯୋଗେ ଆଜ୍ଞାମାଳ ଆଣି ଖପୁରିଆ ସ ମିଲରେ ପହଞ୍ଚôଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ଵନିରେ ସ ମିଲ ପରିସରରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରଥ ପାଇଁ ଆସିଥିବା କାଠକୁ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମେସିନରେ ଚିରଟ ହୋଇଥିଲା । ନୟାଗଡର ଦଶପଲ୍ଲା ସମେତ ଜିଲ୍ଲାର ଅନ୍ୟ ସ୍ଥାନରୁ କାଠ ସଂଗ୍ରହ କରାଯାଇ ଖପୁରିଆ ସ ମିଲକୁ ଆସିଥିଲା । ରଥରେ ବ୍ୟବହୃତ ହେବାକୁ ଥିବା ଆସନ,ଧଉରା ପ୍ରଭୃତି କାଠ ମେସିନ ସାହାଯ୍ୟରେ ସାଇଜ ଅନୁସାରେ ଚିରଟ ହେବ । ବହୁଶୀଘ୍ର କାଠ ଚିରଟ ହୋଇ ପୁରୀ ରଥଖଳାରେ ପହଞ୍ଚବ ।

ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ ହେବ । ତା’ ପୂର୍ବରୁ ପୁରୀ ରଥଖଳାରେ ପହଞ୍ଚôବ ଚିରଟ କାଠ । ଆଜି ରଥକାଠ ଚିରଟ ବେଳେ ମହାରଣା ସେବାୟତ,ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ,ବନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ