Masthead

ନୂଆ ଅବକାରୀ ନୀତି, ବେଳାଭୂମି-ହ୍ରଦ-ନଦୀକୂଳରେ ମିଳିବ ମଦ

ଓଟିଡିସି-ଆଇଟିଡିସି ହୋଟେଲକୁ ୫୦% ରିହାତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୦୨୩-୨୪ ନୂଆ ଅବକାରୀ ନୀତି । ଏଣିକି ସମୁଦ୍ରକୂଳରେ ମିଳିବ ମଦ । ଓଟିଡିସିକୁ ଅନୁମତି ଦେଲେ ରାଜ୍ୟ ସରକାର । ମହଙ୍ଗା ହେବ ମଦ ଦର । ଖୋଲିବନି ନୂଆ ମଦ ଦୋକାନ । ରାଜ୍ୟରେ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ବିୟର ପାର୍ଲରେ ମିଳିବ ୱାଇନ । ଏଣିକି ମଦ ଦୋକାନୀ ଆଉ ସରକାରୀ ଲେଖିପାରିବେ ନାହିଁ । ଦେବାଦେବୀ କି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ମଧ୍ୟ ବ୍ୟବହାର କରି ପାରିବେ ନାହିଁ ମଦ ଦୋକାନୀ । ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ। କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିହେବ। ରାଜ୍ୟରେ ଭାରତ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ଦର ବୃଦ୍ଧି ପାଇବ।

ନୂଆ ଅବକାରୀ ନୀତି ଅନୁସାରେ, କୌଣସି ମଦ ଦୋକାନୀ ତାଙ୍କ ଦୋକାନରେ ‘ସରକାରୀ’ ବୋଲି ଲେଖି ପାରିବେ ନାହିଁ। ସେମାନେ ତାଙ୍କ ସାଇନ୍‌ବୋର୍ଡରେ ‘ସ୍ୱୀକୃତିପ୍ରାପ୍ତ ମଦଦୋକାନ’ ବୋଲି ଲେଖିବେ। ଦୋକାନର ନାମ ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରଖିପାରିବେ ନାହିଁ। ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଲଗାଇବେ। ଖୋଲିବା ଏବଂ ବନ୍ଦ ହେବା ସମୟ ମଧ୍ୟ ଉଲ୍ଲେଖ କରିବେ। ଯେଉଁ ବୟସର ବ୍ୟକ୍ତି ମଦ କିଣିବା ପାଇଁ ଅଯୋଗ୍ୟ, ସେହି ବୟସ ସମ୍ବନ୍ଧରେ ସର୍ବସାଧାରଣରେ ଅବଗତ କରାଇବେ। ମଦ୍ୟପାନ ‘ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ବଡ଼ ବଡ଼ ଅକ୍ଷରେ ଲେଖିବେ। ପୂର୍ବଭଳି ହୋମ୍‌ ଡେଲିଭରି ଜାରିରହିବ। କୋଭିଡ୍‌ କଟକଣାକୁ ନେଇ ଜାରିହୋଇଥିବା ‘ସାମାଜିକ ଦୂରତା’ ନିୟମ ବଳବତ୍ତର ରହିବ।

ଓଟିଡିସି ଓ ଆଇଟିଡିସି ହୋଟେଲ୍‌କୁ ଅଧା ଦରରେ ଅନ୍‌ ସପ୍‌ ଲାଇସେନ୍ସ ଯୋଗାଇଦିଆଯିବ। ଯଦି ଏହାର ଘରୋଇକରଣ ହୋଇଥିବ, ତେବେ ଏହି ଫାଇଦା ମିଳିବ ନାହିଁ। ଇକୋ-ରିଟ୍ରିଟ୍‌ କେନ୍ଦ୍ରରେ ଅସ୍ଥାୟୀ ବିକ୍ରୟ ସ୍ବୀକୃତି ପ୍ରଦାନ କରାଯିବ। ସମୁଦ୍ର କୂଳରେ ମିଳିବ ମଦ। ଏଥିପାଇଁ ଓଟିଡିସିକୁ ଠିପି ଖୋଲା ମଦ ବିକ୍ରୟ ସ୍ୱୀକୃତି ପ୍ରଦାନ କରାଯିବ। ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରାଯାଇଛି। ସମସ୍ତ ପ୍ରକାରର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି। ହେଲେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି।

ସରକାର ଲାଇସେନ୍ସ ଫି’, ଏମ୍‌ଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି। ଅନ୍ ସପ୍ ମଦଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି। ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଏଫଏମଏଫଏଲ୍ ), ୱାଇନ୍ ଓ ବିୟର ଦର ଅପରିବର୍ତ୍ତିତ ରହିବ। ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳର ଉପଯୋଗ କରାଯାଇ ମଦ ଚୋରାଚାଲାଣ ଓ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି