୧୯୨୦ ବୋତଲ କଫସିରପ ଜବତ

ସୁବର୍ଣ୍ଣପୁର(ବଡ଼ ଖବର ବ୍ୟୁରୋ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସକୁ ମିଳିଛି ସଫଳତା । ୧୯୨୦ ବୋତଲ କଫସିରପ ଜବତ କରିଛି ପୋଲିସ । ତରଭା ବ୍ଲକ ଖାରି ଶିଶୁ ମନ୍ଦିର ନିକଟରୁ ଜବତ । ଦୁଇ ଜଣ ଭୁବନେଶ୍ୱରରୁ କଫସିରପ ଆଣି ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଦେଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତରଭା ସେମାନଙ୍କୁ ପୋଲିସ ଧରିଛି ।

ଏହି ଯୁବକ ମାନେ ହେଲେ ପୁରୀ ଜିଲ୍ଲା ବେଗୁନିଆ ଗାଁର ପ୍ରଶାନ୍ତ ନାୟକ, ନୟାଗଡ଼ ଜିଲ୍ଲା କୋମଣ୍ଡା ଗାଁର ସୁଶାନ୍ତ ସେଠୀ, ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାର ସୁଶାନ୍ତ ଡାଙ୍ଗ, ଦେବାଶିଷ ଛତ୍ରିଆ ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଦେବେନ୍ଦ୍ର ପାତ୍ର ବୋଲି ଜଣା ପଡ଼ିଛି । ସେମାନଙ୍କ ଠାରୁ ୨ଟି ଚାରି ଚକିଆ ଗାଡ଼ି, ୫ଟି ମୋବାଇଲ ଓ ୧୯୨୦ ବୋତଲ କଫସିରପ ଜବତ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ଘଟଣାରେ ଏକ ଟିମ ଗଠନ କରି ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’