Masthead

୩୦ କୋଟିର ସମ୍ପତ୍ତି, ହେଲେ ମିଳିଲାନି ୨ ପଟ ରୁଟି

ଜୀବନ ହାରିଲେ ଆଇଏଏସଙ୍କ ଜେଜେ-ଜେଜେମା’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୩୦ କୋଟିର ସମ୍ପତ୍ତି, ହେଲେ ମିଳିଲାନି ୨ ପଟ ରୁଟି । ଜୀବନ ହାରିଲେ ଆଇଏଏସଙ୍କ ଜେଜେ-ଜେଜେମା’ । ନାତୀ ଆଇଏଏସ ଅଧିକାରୀ । ପୁଅ ମାନଙ୍କ ପାଖରେ ଅଚଳାଚଳ ସମ୍ପତ୍ତି । ପ୍ରାୟ ୩୦ କୋଟିର ସମ୍ପତ୍ତି । ହେଲେ ଜେଜେ ବାପା ଜେଜେ ମାଆଙ୍କୁ ୨ପଟ ରୁଟି ଖାଇବାକୁ ଦେଇ ପାରିଲେ ନାହିଁ । ଯେଉଁଥିପାଇଁ ସେମାନେ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ ନୋଟରେ ମଧ୍ୟ ଆତ୍ମହତ୍ୟାର କାରଣ ଲେଖିଛନ୍ତ । ବଖାଣିଛନ୍ତି ଦୁଃଖ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ହରିଆଣାର ଚରଖି ଦାଦ୍ରି ସହରରୁ । ଯାହା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଦି ମୁଠା ଦାନା ଭାଗ୍ୟରେ ନ ଜୁଟିବାରୁ ଏକାଠି ଜୀଭନ ହାରିଛନ୍ତି ବୃଦ୍ଧ ଦମ୍ପତି ।

ଆତ୍ମହତ୍ୟା କରିଥିବା ଏହି ଦମ୍ପତି ହେଲେ ଜଗଦୀଶ ଚନ୍ଦ୍ର ଆର୍ୟ୍ୟ ଏବଂ ଭାଗ୍‌ଲୀ ଦେବୀ । ଏମାନେ ଆଇଏଏସ ବିବେକ ଆର୍ଯ୍ୟଙ୍କର ଜେଜେବାପା ଓ ଜେଜେମାଆ । ସୁଇସାଇଡ୍‌ ନୋଟ୍‌ରେ ସେମାନେ ନିଜ ଦାରୁଣ ଦୁଃଖ ବଖାଣି ସବୁଦିନ ପାଇଁ ବିଦାୟ ନେଇଛନ୍ତି । ପୁଲିସ ବୃଦ୍ଧବୃଦ୍ଧାଙ୍କ ପୁଅ, ଦୁଇ ବୋହୂ ଓ ପୁତୁରାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଜାରି ରହିଛି । ବୃଦ୍ଧ ଦମ୍ପତି ବିଷପାନ କରି ଆତ୍ମହତ୍ୟା କରିଥିଲେ । ବୃଦ୍ଧ ଦମ୍ପତ୍ତିଙ୍କ ଘର ହରିଆଣାର ଗୋପୀ ଗାଁରେ ଏବଂ ସେମାନେ ନିଜ ପୁଅ ପାଖରେ ରହୁଥିଲେ । ଗତ ରାତି ପ୍ରାୟ ସାଢ଼େ ଦୁଇଟାରେ ସେମାନେ ପୁଅ ବୀରେନ୍ଦ୍ରଙ୍କ ବାସଭବନରେ ବିଷପାନ କରି ଆତ୍ମହତ୍ୟା କରିଥିଲେ । ସମ୍ପର୍କୀୟମାନେ ଏହା ଜାଣିବା ପରେ ୧୧୨କୁ ଡାଏଲ୍‌ କରି ପୁଲିସକୁ ଜଣାଇଥିଲେ । ଏହାପରେ ବାଢଡା ଥାନା ପୁଲିସ ପହଞ୍ଚିଥିଲା । ଶବଗୁଡ଼ିକୁ ପ୍ରଥମେ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ବୃଦ୍ଧ ଦମ୍ପତି ପୁଅ ବୀରେନ୍ଦ୍ରଙ୍କ ପାଖରେ ରହୁଥିଲେ । ବୀରେନ୍ଦ୍ରଙ୍କ ପୁଅ ବିବେକ ଆର୍ୟ୍ୟ ୨୦୨୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ।

 

ସୁଇସାଇଡ୍‌ ନୋଟ୍‌

ନୋଟ୍‌ରେ ଜଗଦୀଶଚନ୍ଦ୍ର ଲେଖିଛନ୍ତି, ”ମୁଁ ଜଗଦୀଶଚନ୍ଦ୍ର ଆର୍ୟ୍ୟ ଆପଣମାନଙ୍କୁ ନିଜ ଦୁଃଖ ଶୁଣାଉଛି । ମୋ ପୁଅମାନଙ୍କ ପାଖରେ ବାଢଡାରେ ୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି । କିନ୍ତୁ ଆମକୁ ଦେବା ଲାଗି ସେମାନଙ୍କ ପାଖରେ ଦୁଇଖଣ୍ଡ ରୁଟି ଜୁଟିଲା ନାହିଁ । ଆମେ ସାନପୁଅ ପାଖରେ ରହୁଥିଲୁ । ୬ ବର୍ଷ ପୂର୍ବେ ତା’ର ମୃତ୍ୟୁ ହୋଇଥିଲା । କିଛିଦିନ ପାଇଁ ତା’ ବିଧବା ପତ୍ନୀ ଆମକୁ ଖାଇବାକୁ ଦେଇଥିଲା । କିନ୍ତୁ ଏହାପରେ ଖାଇବା ପିଇବା ବନ୍ଦ କରାଯାଇଥିଲା । ବିରୋଧ କରିବାରୁ ଆମକୁ ମାଡ଼ ମରାଯାଇଥିଲା । ଏଥିରେ ବୋହୂକୁ ମୋ ପୁତୁରା ସହଯୋଗ କରିଥିଲା । ଏମିତି କି ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ିଉଠିଥିଲା । ଆମେ ତାହାକୁ ବିରୋଧ କରିବାରୁ ଆମକୁ ମାଡ଼ ମାରି ଘରୁ ତଡ଼ି ଦିଆଗଲା । ଦୁଇବର୍ଷ ଅନାଥାଶ୍ରମରେ ରହିବା ପରେ ପୁଣି ଘରମୁହାଁ ହେଲୁ । ସେମାନେ ଘରେ ତାଲା ଲଗାଇ ଦେଇଥିଲେ । ଏହାପରେ ଆମେ ଆଉ ଏକ ପୁଅ ଘରକୁ ଯାଇ ସେଠାରେ ରହିଥିଲୁ । ଦୁଇଦିନ ବାସି ରୁଟି ଓ ଦହି ଖାଇବାକୁ ଦିଆଯାଇଥିଲା । ତେଣୁ ଆମେ ବାଧ୍ୟହୋଇ ଶେଷରେ ‘ସଲ୍‌ଫାସ’ ବଟିକା ଖାଇଦେଇଛୁ । ଆମ ମୃତ୍ୟୁ ପାଇଁ ଦୁଇ ବୋହୂ, ଜଣେ ପୁଅ ଏବଂ ପୁତୁରା ଦାୟୀ । ଏହି ୪ ଜଣ ମିଶି ଆମ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ଏଭଳି ଦୁଃଖ କାହାକୁ ନ ମିଳୁ । ମୋ ସମ୍ପତ୍ତି ଆର୍ୟ୍ୟ ସମାଜକୁ ଦେବା ପାଇଁ ଅନୁରୋଧ କରୁଛି । ସମସ୍ତଙ୍କୁ ଦଣ୍ଡ ଦେଲେ ଆମ ଆତ୍ମାକୁ ଶାନ୍ତି ମିଳିବ ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ