Masthead

ଅକ୍ଷୟ କୁମାରଙ୍କ ‘ଓଏମଜି-୨’କୁ ଝଟକା

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓ ମାଇଁ ଗଡ’ କୁ ନେଇ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସେନ୍ସର ବୋର୍ଡର ଅନୁସନ୍ଧାନ କମିଟି ଏହି ଚଳଚ୍ଚିତ୍ରକୁ ସମୀକ୍ଷା କମିଟିକୁ ପଠାଇଥିଲେ । ବର୍ତମାନ ଫିଲ୍ମଟିକୁ ଦେଖିବାପରେ ସମୀକ୍ଷା କମିଟି ଏଥିରେ ଥିବା ୨୦ଟି ସିନ୍ ବା ଦୃଶ୍ୟକୁ କାଟିବା ଲାଗି ପରାମର୍ଶ ଦେଇଛି ।ତେବେ ସମୀକ୍ଷା କମିଟିର ଏହି ପରାମର୍ଶ ପରେ ଚଳଚ୍ଚିତ୍ର ନିର୍ମାତ୍ତା ଖୁସି ନାହାନ୍ତି । ନିର୍ମାତ୍ତାଙ୍କ କହିବାକଥା ଫିଲ୍ମଟିରେ ଏମିତି କିଛି ସିନ ନାହିଁ, ଯେଉଁଠି ସିନ କାଟିବାର ଆବଶ୍ୟକତା ଅଛି ।

ତେବେ ଚଳଚ୍ଚିତ୍ରଟି ୧୧ ଅଗଷ୍ଟରେ ରିଲିଜ ହେବାକୁ ଥିବା ବେଳେ ଏହାକୁ ସେନ୍ସର ବୋର୍ଡ ଅନୁମୋଦନ କରିନାହିଁ । ରିଲିଜ ହେବାକୁ ଆଉ ୧୫ ଦିନ ବାକିଥିବା ବେଳେ ଏ ପର୍ଯ୍ୟନ୍ତ ସିନେମାଟିର ଟ୍ରେଲର ରିଲିଜ ହୋଇନାହିଁ । ଫିଲ୍ମର ପ୍ରମୋସନ ମଧ୍ୟ ହୋଇପାରୁନାହିଁ । ତେବେ ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ତାରିଖ ଘୁଞ୍ଚିପାରେ ବୋଲି ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି