Masthead

ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ କମ୍ପିଲା ଗୃହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ କମ୍ପିଲା ଗୃହ । ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିଥିବା ବେଳେ ଉତ୍ତର ଦେଇଛି ବିଜେଡି ।  ଶୂନ୍ୟକାଳରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗକୁ ନେଇ କମ୍ପିଲା ବିଧାନସଭା । ବିରୋଧୀ ଗୃହରେ ଦେଖାଇଥିଲେ ଫଟୋ । କଂଗ୍ରେସ ବିଧାୟକ ଦଳ ନେତା କହିଲେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଛି । ଅଭିଯୁକ୍ତ ସରକାରୀ କ୍ୱାଟର୍ସକୁ ଜବରଦଖଲ କରି ରଖିଛନ୍ତି । ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ତେଣେ ବିଜେପି କହିଛି ଜାଲ ସାର୍ଟିଫିକେଟ ରାକେଟ ବଲାଙ୍ଗୀରରେ ଧରାପଡିଛି । ତା’ସହିତ ବଣିକ ଇନଷ୍ଟିଚିୟୁଟର କ’ଣ ସମ୍ପର୍କ ରହିଛି । ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଥିଲେ ।

ବିଜେଡି ମଧ୍ୟ ଗୃହରେ ଦେଖାଇଥିଲା ବିରୋଧୀଙ୍କ ସହ ଅଭିଯୁକ୍ତର ଫଟୋ ଥିବା ପୋଷ୍ଟର । ବିଜେଡି ସଦସ୍ୟ ଅରୁଣ ସାହୁ କହିଛନ୍ତି ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ । ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ । ଦିଲ୍ଲୀରେ ବିରୋଧ ଓଡ଼ିଶାରେ କୋଳକୋଳି ବୋଲି ସେ କଟାକ୍ଷ କରିଥିଲେ । ବିରୋଧୀ ନିଜକୁ ପଚାରନ୍ତୁ, କାହାକୁ ଆରୋପ କରୁଛନ୍ତି । ତାଙ୍କ ଫଟୋ ମଧ୍ୟ ବାହାରେ ବୁଲୁଛି । ବିରୋଧୀ ନିଷ୍ପତ୍ତି ନେଇଛନ୍ତି, ପ୍ରତି କଥାରେ ସରକାରଙ୍କୁ ବିରୋଧ କରିବେ ।  ଗୃହରେ ବିରୋଧୀଙ୍କ ହଙ୍ଗାମା ଚାଲିଥିବା ବେଳେ କଂଗ୍ରେସ ସଦସ୍ୟ ତାରା ବାହିନୀପତି ବାଚସ୍ପତିଙ୍କ ପୋଡୟମ ଉପରକୁ ଚଢିଯାଇଥିଲେ । ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ