Masthead

କୋଇଲା ଉତ୍ପାଦନ ଓ ଡେସପାଚରେ ରେକର୍ଡ ହାସଲ କଲା ଏମସିଏଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୨-୨୩ରେ କୋଇଲା ଉତ୍ପାଦନ ଓ ଡେସପାଚରେ ସର୍ବକାଳୀନ ରେକର୍ଡ ହାସଲ କରିଛି ମହାନଦୀ କୋଲଫିଲ୍ଡ ଲିମିଟେଡ- MCL । ଗତ ଆର୍ଥିକ ବର୍ଷ MCL ୧୯୩.୩ ନିୟୁତ ଟନ କୋଇଲା ଉତ୍ପାଦନ କରିଛି, ଯାହାକି ୨୦୨୧-୨୨ର ୧୬୮ ଟନ କୋଇଲା ଉତ୍ପାଦନ ତୁଳନାରେ ୨୫ ଟନ ବା ୧୫% ଅଧିକ । ସେହିପରି ଗତ ଆର୍ଥିକ ବର୍ଷ MCL ୧୯୨.୭ ନିୟୁତ ଟନ କୋଇଲା ଡେସପାଚ କରିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୬ ନିୟୁତ ଟନ ବା ୯% ଅଧିକ । କେବଳ ଶକ୍ତି କ୍ଷେତ୍ରକୁ MCLର କୋଇଲା ଯୋଗାଣ ୨୦୨୧-୨୨ର ୧୨୭.୧୨ ନିୟୁତ ଟନ ତୁଳନାରେ ୧୭% ବଢ଼ି ୨୦୨୨-୨୩ରେ ୧୪୯ ନିୟୁତ ଟନରେ ପହଞ୍ଚିଛି ।

ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୩-୨୪ରେ ୨୦୪ ନିୟୁତ ଟନ କୋଇଲା ଉତ୍ପାଦନ ଓ ଡେସପାଚ ପାଇଁ ଲକ୍ଷ୍ୟ ରଖିଛି MCL । ଅପରପକ୍ଷରେ ଗତ ଆର୍ଥିକ ବର୍ଷ MCL ୩୮୫୦ କୋଟି ଟଙ୍କା ପୁଞ୍ଜନିବେଶ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୩୫୦୦ କୋଟି ଖଟାଇବାକୁ ଲକ୍ଷ୍ୟ ରଖିଛି । ଗତବର୍ଷ MCL ସିଏସଆରରେ ୧୯୬ କୋଟି ଖର୍ଚ୍ଚ କରିଥିବା ବେଳେ ୪୫୦ ଜମିହରାଙ୍କୁ ନିଯୁକ୍ତି ଦେଇଛି । ଚଳିତ ବର୍ଷ ଅକ୍ଟୋବର ମାସରେ MCL ସହଯୋଗରେ ନିର୍ମିତ ତାଳଚେର ମେଡିକାଲ କଲେଜର କେବଳ ହସ୍ପିଟାଲ ଚାଲୁ ହେବ । ନିୟମ ଅନୁସାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ୨ ବର୍ଷ ପରେ ଚାଲୁ ହେବ ମେଡିକାଲ କଲେଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି