Masthead

କୋଇଲା ଉତ୍ପାଦନ ଓ ଡେସପାଚରେ ରେକର୍ଡ ହାସଲ କଲା ଏମସିଏଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୨-୨୩ରେ କୋଇଲା ଉତ୍ପାଦନ ଓ ଡେସପାଚରେ ସର୍ବକାଳୀନ ରେକର୍ଡ ହାସଲ କରିଛି ମହାନଦୀ କୋଲଫିଲ୍ଡ ଲିମିଟେଡ- MCL । ଗତ ଆର୍ଥିକ ବର୍ଷ MCL ୧୯୩.୩ ନିୟୁତ ଟନ କୋଇଲା ଉତ୍ପାଦନ କରିଛି, ଯାହାକି ୨୦୨୧-୨୨ର ୧୬୮ ଟନ କୋଇଲା ଉତ୍ପାଦନ ତୁଳନାରେ ୨୫ ଟନ ବା ୧୫% ଅଧିକ । ସେହିପରି ଗତ ଆର୍ଥିକ ବର୍ଷ MCL ୧୯୨.୭ ନିୟୁତ ଟନ କୋଇଲା ଡେସପାଚ କରିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୬ ନିୟୁତ ଟନ ବା ୯% ଅଧିକ । କେବଳ ଶକ୍ତି କ୍ଷେତ୍ରକୁ MCLର କୋଇଲା ଯୋଗାଣ ୨୦୨୧-୨୨ର ୧୨୭.୧୨ ନିୟୁତ ଟନ ତୁଳନାରେ ୧୭% ବଢ଼ି ୨୦୨୨-୨୩ରେ ୧୪୯ ନିୟୁତ ଟନରେ ପହଞ୍ଚିଛି ।

ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୩-୨୪ରେ ୨୦୪ ନିୟୁତ ଟନ କୋଇଲା ଉତ୍ପାଦନ ଓ ଡେସପାଚ ପାଇଁ ଲକ୍ଷ୍ୟ ରଖିଛି MCL । ଅପରପକ୍ଷରେ ଗତ ଆର୍ଥିକ ବର୍ଷ MCL ୩୮୫୦ କୋଟି ଟଙ୍କା ପୁଞ୍ଜନିବେଶ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୩୫୦୦ କୋଟି ଖଟାଇବାକୁ ଲକ୍ଷ୍ୟ ରଖିଛି । ଗତବର୍ଷ MCL ସିଏସଆରରେ ୧୯୬ କୋଟି ଖର୍ଚ୍ଚ କରିଥିବା ବେଳେ ୪୫୦ ଜମିହରାଙ୍କୁ ନିଯୁକ୍ତି ଦେଇଛି । ଚଳିତ ବର୍ଷ ଅକ୍ଟୋବର ମାସରେ MCL ସହଯୋଗରେ ନିର୍ମିତ ତାଳଚେର ମେଡିକାଲ କଲେଜର କେବଳ ହସ୍ପିଟାଲ ଚାଲୁ ହେବ । ନିୟମ ଅନୁସାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ୨ ବର୍ଷ ପରେ ଚାଲୁ ହେବ ମେଡିକାଲ କଲେଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ