Masthead

ଭାରତକୁ ଚାରିପଟୁ ଘେରିବାକୁ ଚେଷ୍ଟା କରୁଛି ଚୀନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ସାମ୍ନାକୁ ଆସିଛି ଚୀନର ଆଉ ଏକ ଷଡ଼ଯନ୍ତ୍ର । ଭାରତକୁ ଚାରିପଟୁ ଘେରିବାକୁ ଚେଷ୍ଟା କରୁଥିବା ଚୀନ୍ । ଭାରତର ପଡୋଶୀ ଦେଶ ନେପାଳରେ ଚୀନ୍ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରୁଛି। ବିକାଶ ନାମରେ ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମି-କାର୍ଯ୍ୟ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଏହି ରାସ୍ତା ବିହାରର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ । ଏହକୁ ଭାରତ ବିରୋଧରେ ବ୍ୟବହାର କରାଯାଇପାରେ।

ଭାରତ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳରେ ଚୀନ୍‌ର ଭିତ୍ତିଭୂମି କାର୍ଯ୍ୟ ଉପରେ ଭାରତୀୟ ଏଜେନ୍ସିମାନେ ନଜର ରଖିଛନ୍ତି। ଦେଶର ସଶସ୍ତ୍ର ସୀମା ବଳ (ଏସଏସବି) ସୀମାନ୍ତ ଅଞ୍ଚଳରେ ବୈଷୟିକ ମନିଟରିଂରେ ଉନ୍ନତି ଆଣିବା ଆରମ୍ଭ କରିଛି। ବାସ୍ତବରେ ନେପାଳର କେବଳ ବିହାର ରାଜ୍ୟଠାରୁ ୭୦୦ କିଲୋମିଟରରୁ ଅଧିକ ସୀମା ରହିଛି।

ଏତେ ଲମ୍ବା ସୀମାର ସୁରକ୍ଷା ଏକ କଷ୍ଟସାଧ୍ୟ କାର୍ୟ୍ୟ । ବିଶେଷ ଭାବରେ ଏହି ସୀମା ବହୁ ଦୂର ପର୍ଯ୍ୟନ୍ତ ଖୋଲା ପଡିଛି। ଚୀନ୍‌ର ହସ୍ତକ୍ଷେପ ଯୋଗୁଁ ନେପାଳ ଭାରତକୁ ନିଜର ଜମି ନେଇଥିବାର ଅଭିଯୋଗ କରିଥିଲା। ପ୍ରାୟ ୫ ମାସ ପୂର୍ବେ ଭାରତ ନିଜ ଅଞ୍ଚଳ (ସୀତାମଢି)ରେ ଏକ ରାସ୍ତା ନିର୍ମାଣ କରୁଥିଲା । କିନ୍ତୁ ଏବେ ଜାଣିବାକୁ ମିଳିଛି ଯେ ଖୁବ୍ ଶୀଘ୍ର ଭାରତ-ନେପାଳ ଖୋଲା ସୀମାର ସମ୍ବେଦନଶୀଳ ଅଂଶରେ ବହୁ ସଂଖ୍ୟକ ସିସିଟିଭି କ୍ୟାମେରା ଏବଂ ଲାଇଟ୍ ଲଗାଯିବ।

ସଶସ୍ତ୍ର ସୀମାବଳ(ଏସଏସବି) ପକ୍ଷରୁ ଡାଟା ବେସ୍‌ ସଫ୍ଟଓ୍ବେର ମାଧ୍ୟମରେ ମଧ୍ୟ ସୀମାକୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଯୋଜନା ରହିଛି। ଡ୍ରୋନ୍ ମୁତୟନ କରାଯିବ। ଚାଇନାର ପ୍ରଚାର ବିରୁଦ୍ଧରେ ରେଡିଓ ମାଧ୍ୟମରେ ମଧ୍ୟ ସାହାଯ୍ୟ ନିଆଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ