Masthead

ଭାରତକୁ ଚାରିପଟୁ ଘେରିବାକୁ ଚେଷ୍ଟା କରୁଛି ଚୀନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ସାମ୍ନାକୁ ଆସିଛି ଚୀନର ଆଉ ଏକ ଷଡ଼ଯନ୍ତ୍ର । ଭାରତକୁ ଚାରିପଟୁ ଘେରିବାକୁ ଚେଷ୍ଟା କରୁଥିବା ଚୀନ୍ । ଭାରତର ପଡୋଶୀ ଦେଶ ନେପାଳରେ ଚୀନ୍ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରୁଛି। ବିକାଶ ନାମରେ ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମି-କାର୍ଯ୍ୟ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଏହି ରାସ୍ତା ବିହାରର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ । ଏହକୁ ଭାରତ ବିରୋଧରେ ବ୍ୟବହାର କରାଯାଇପାରେ।

ଭାରତ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳରେ ଚୀନ୍‌ର ଭିତ୍ତିଭୂମି କାର୍ଯ୍ୟ ଉପରେ ଭାରତୀୟ ଏଜେନ୍ସିମାନେ ନଜର ରଖିଛନ୍ତି। ଦେଶର ସଶସ୍ତ୍ର ସୀମା ବଳ (ଏସଏସବି) ସୀମାନ୍ତ ଅଞ୍ଚଳରେ ବୈଷୟିକ ମନିଟରିଂରେ ଉନ୍ନତି ଆଣିବା ଆରମ୍ଭ କରିଛି। ବାସ୍ତବରେ ନେପାଳର କେବଳ ବିହାର ରାଜ୍ୟଠାରୁ ୭୦୦ କିଲୋମିଟରରୁ ଅଧିକ ସୀମା ରହିଛି।

ଏତେ ଲମ୍ବା ସୀମାର ସୁରକ୍ଷା ଏକ କଷ୍ଟସାଧ୍ୟ କାର୍ୟ୍ୟ । ବିଶେଷ ଭାବରେ ଏହି ସୀମା ବହୁ ଦୂର ପର୍ଯ୍ୟନ୍ତ ଖୋଲା ପଡିଛି। ଚୀନ୍‌ର ହସ୍ତକ୍ଷେପ ଯୋଗୁଁ ନେପାଳ ଭାରତକୁ ନିଜର ଜମି ନେଇଥିବାର ଅଭିଯୋଗ କରିଥିଲା। ପ୍ରାୟ ୫ ମାସ ପୂର୍ବେ ଭାରତ ନିଜ ଅଞ୍ଚଳ (ସୀତାମଢି)ରେ ଏକ ରାସ୍ତା ନିର୍ମାଣ କରୁଥିଲା । କିନ୍ତୁ ଏବେ ଜାଣିବାକୁ ମିଳିଛି ଯେ ଖୁବ୍ ଶୀଘ୍ର ଭାରତ-ନେପାଳ ଖୋଲା ସୀମାର ସମ୍ବେଦନଶୀଳ ଅଂଶରେ ବହୁ ସଂଖ୍ୟକ ସିସିଟିଭି କ୍ୟାମେରା ଏବଂ ଲାଇଟ୍ ଲଗାଯିବ।

ସଶସ୍ତ୍ର ସୀମାବଳ(ଏସଏସବି) ପକ୍ଷରୁ ଡାଟା ବେସ୍‌ ସଫ୍ଟଓ୍ବେର ମାଧ୍ୟମରେ ମଧ୍ୟ ସୀମାକୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଯୋଜନା ରହିଛି। ଡ୍ରୋନ୍ ମୁତୟନ କରାଯିବ। ଚାଇନାର ପ୍ରଚାର ବିରୁଦ୍ଧରେ ରେଡିଓ ମାଧ୍ୟମରେ ମଧ୍ୟ ସାହାଯ୍ୟ ନିଆଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି