Masthead

ଦଣ୍ଡନାଚରେ ଭାଗ ନ ନେବାରୁ ଗାଁରୁ ବାସନ୍ଦ

ନରସିଂହପୁର(ବଡ଼ ଖବର ବ୍ୟୁରୋ): ଦଣ୍ଡନାଚରେ ଭାଗ ନ ନେବାରୁ ପରିବାରକୁ ଗାଁରୁ ବାସନ୍ଦ । ଏଭଳି ଘଟଣା ଘଟିଛି ନରସିଂହପୁର ବ୍ଲକ ଯୋଡୁମ ଥାନା ସାନଗାଁ ଗ୍ରାମରେ । ପାରମ୍ପରିକ ଦଣ୍ଡନୃତ୍ୟରେ ଭାଗ ନ ନେବାରୁ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଛି। ଏହି ଘଟଣାକୁ ନେଇ ନାବାଳକ ପରିବାର ପକ୍ଷରୁ ଯୋଡୁମ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ସୂଚନାନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରାମରେ ଚୈତ୍ର ମାସରେ ଦଣ୍ଡ ନୃତ୍ୟ ହୋଇଥାଏ। ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ମାନସ ରଞ୍ଜନ ସାହୁ, ବାସୁଦେବ ସାମଲ, ସୁବଳ ପ୍ରଧାନ, ବନୋଜ ପ୍ରଧାନ, ରଞ୍ଜନ ସାହୁ ପ୍ରମୁଖ ମିଶି ଗ୍ରାମର ପ୍ରତାପ କୁମାର ପ୍ରଧାନଙ୍କ ପୁଅକୁ ଦଣ୍ଡନାଚରେ ନୃତ୍ୟ କରିବା ପାଇଁ କହିଥିଲେ । କିନ୍ତୁ ସେ ସେଥିରେ ଭାଗ ନ ନେବାରୁ ଗ୍ରାମରୁ ବାସନ୍ଦ କରିବା ପାଇଁ ଧମକ ଦେଇଥିଲେ । ଯାହାକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼