Masthead

ଧର୍ମେନ୍ଦ୍ର ପ୍ରଧାନଙ୍କ ଏମପିଲାଡରୁ ଟଙ୍କା ମଞ୍ଜୁର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଘର ମାଟିରେ ମିଶିବାକୁ ବସିଲାଣି । ରାଜ୍ୟସରକାର କିଛି କଲେ ନାହିଁ । ଏବେ ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗେଇ ଆସିଛନ୍ତି । ତାଙ୍କ ଏପିଲାଡରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏସର୍ମ୍ପକରେ ଏକ ଚିଠି ମଧ୍ୟପ୍ରଦେଶ ସେହୋରରେ ଜିଲ୍ଲାପାଳ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଚିଠି ଦେଇଛନ୍ତି । ନବକୃଷ୍ଣ ଚୌଧୁରୀଙ୍କ ଘର ଦେଖିଲେ ଲାଜ ଲାଗୁଛି । ବାହାରୁ ଆସୁଥିବା ଅତିଥିମାନଙ୍କୁ କହିବାକୁ ଲାଜ ଲଗୁଛି ଯେ ଏ ହେଉଛି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଘର ।

ଏଭଳି ଢଙ୍ଗରେ ବିଧାନସଭାରେ ଅଭିଯୋଗ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପରେ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ଆଣିଥିଲେ ଗୁରୁତ୍ତର ଅଭିଯୋଗ । ସେ କହିଥିଲେ ନବକୃଷ୍ଣ ଚୌଧୁରୀଙ୍କ ଘରର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଅନୁଗୁଳ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ କଥା ଦେଇଥିଲେ ମରାମତି କରାଯିବ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁସାରେ ମାପଚୁପ ହେଲା । ପରେ କଣ ହେଲା କେଜାଣି ସବୁ ବନ୍ଦ ହୋଇଯାଇଛି । ନବକୃଷ୍ଣ ଚୌଧୁରୀ ଅନୁଗୁଳରେ ଆରମ୍ଭ କରିଥିଲେ ସହିଦ ବାଜିରାଉତଙ୍କ ନାମରେ ବାଜି ରାଉତ ଛାତ୍ରାବାସ ।

ଏହାର ପରିସରରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ରହୁଥିଲେ । ତାଙ୍କ ଅନ୍ତେ ତାଙ୍କ ଝିଅ କ୍ରିଷ୍ଣା ମହାନ୍ତି ବାଜିରାଉତ ଛାତ୍ରାବାସ ପରିସରରେ ରହୁଛନ୍ତି । ରାଜ୍ୟସରକାର ବାଜି ରାଉତ ଛାତ୍ରାବାସର ତ ଉନ୍ନତି କଲେ ନାହିଁ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ୨୫ ଲକ୍ଷ ଟଙ୍କା ବେୟରେ ଉନ୍ନତି ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି