Masthead

ଉତ୍କଳ ଦିବସ ବନାମ ଓଡ଼ିଶା ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍କଳ ଦିବସ ବନାମ ଓଡ଼ିଶା ଦିବସ । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ଉତ୍କଳ ଦିବସ ବନାମ ଓଡ଼ିଶା ଦିବସ । ବିଜେଡି ଏପ୍ରିଲ ୧କୁ ଓଡ଼ିଶା ଦିବସ ଭାବେ ପାଳନ କରିଥିବାରୁ ବିଜେପି ସ୍ୱର ଉଠାଇଛି । ବିଜେଡିର ଭାଗିରଥୀ ସେଠୀ କହିଛନ୍ତି, ଏପ୍ରିଲ ୧କୁ ଆମେ ଉତ୍କଳ ଦିବସ ବୋଲି ପାଳୁଥିଲୁ । ମୁଖ୍ୟମନ୍ତ୍ରୀ ଓଡ଼ିଶା ଦିବସ ରୂପେ ପାଳିଛନ୍ତି। କାରଣ ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ଦୃଷିରେ ରଖି ଓଡ଼ିଶା ଦିବସ ପାଳିଛନ୍ତି।

ବିଜେଡିକୁ ତୀବ୍ର ସମାଲୋଚନା କରିଛି ବିଜେପି । ବିରୋଧୀ ବିଜେପିର ମୁଖ୍ୟ ସଚେକ ମୋହନ ମାଝୀ କହିଛନ୍ତି ଏପ୍ରିଲ ୧ ଏକ ଐତିହାସିକ ଦିନ । ଯାହାକୁ ଓଡ଼ିଶା ସରକାର ଉତ୍କଳ ଦିବସ ଭାବେ ପାଳନ କରିଆସୁଥିଲେ । ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ସେହି ଦିନକୁ ଓଡ଼ିଶା ଦିବସ ଭାବେ ପାଳନ କଲେ, ଏହା ତାଙ୍କର ତ୍ରୁଟି ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।୧୯୩୬ରୁ ଏପ୍ରିଲ ୧କୁ ସରକାରୀ ଭାବେ ଉତ୍କଳ ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ଏଥିରେ ଘଟିଛି ବ୍ୟତିକ୍ରମ । ରାଜ୍ୟ ସରକାର ଓଡ଼ିଶା ଦିବସ ଭାବେ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ