Masthead

ଅଳପ କହିଲେ, ଅନେକ ଢୋକିଲେ ବିଜୟଶଙ୍କର

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ) : ସୋମାଲିକା ଓ ତିର୍ତ୍ତୋଲର ବିଧାୟକ ବିଜୟଶଙ୍କର ଦାସଙ୍କ ମଧ୍ୟରେ ଚାଲିଛି ବିବାଦ । ମାମଲା କୋର୍ଟରେ ଥିବା ବେଳେ ର ନିରବତା ଭାଙ୍ଗି ମୁହଁ ଖୋଲିଛନ୍ତି ଯୁବ ବିଧାୟକ । ସଫେଇ ଦେଇଛନ୍ତି, ମୁଁ କିଛି ଜାଣିନି ।  ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ବାନ୍ଧବୀ ସୋମାଲିକାଙ୍କ ବିବାଦ ଚରମସୀମାରେ । ଦୀର୍ଘଦିନ ଧରି ନିରବ ରହିଥିବା ବିଜୟଶଙ୍କର ଶେଷରେ ମୁହଁ ଖୋଲିଛନ୍ତି ।

କହିଛନ୍ତି କେସ ବିଚାରାଧୀନ ରହିଛି । ବିଚାରପତି ଯାହା ନିଷ୍ପତ୍ତି ନେବେ । ସତ୍ୟତା ଅଳ୍ପ ଦିନ ଭିତରେ ଆସିଯିବ । ମାମଲଶ ବିଚାରାଧୀନ ଥିବାରୁ ମୁଁ କିଛି କହି ପାରିବି ନାହିଁ ।  ପୂର୍ବରୁ ସୋମାଲିକା ବିଜୟଶଙ୍କରଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ବିଧାୟକ ନାରୀଙ୍କ ସହ ଖେଳୁଛନ୍ତି । ପ୍ରତାରଣା କରୁଛନ୍ତି । କୋର୍ଟଙ୍କ ଦ୍ବାରସ୍ଥ ହେବାପରେ ପୋଲିସ ବିଧାୟକଙ୍କ ନାମରେ ଅନେକ ସଙ୍ଗୀନ ଦଫା ଲଗାଇଛି । କ’ଣ ପାଇଁ ବିଧାୟକଙ୍କୁ ପୋଲିସ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଥିଲେ ସୋମାଲିକା ।  ଅଳପ କହିଲେ, ଅନେକ ଢୋକିଲେ ବିଜୟଶଙ୍କର । ଆସିଥିବା ଅଭିଯୋଗକୁ ଆଡେଇ ଦେଇ ସେ ଚାଲିଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ