Masthead

ନଦୀରେ ଗାଧୋଇବା ହେଲା କାଳ, ଏକା ସାଙ୍ଗରେ ବୁଡ଼ିଗଲେ ୫ ଛାତ୍ର

ଭଦ୍ରକ (ବଡ଼ ଖବର ବ୍ୟୁରୋ): ନଦୀରେ ଗାଧୋଇବା ହେଲା କାଳ । ଏକା ସାଙ୍ଗରେ ବୁଡି ଗଲେ ୫ ଜଣ ଛାତ୍ର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ । ନାଳିଆ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୫ ଜଣ ଛାତ୍ର  । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ସୂଚନା ଅନୁଯାୟୀ ଗ୍ରାମାଞ୍ଚଳ ଥାନା ଅଧିନ ଲାଙ୍ଗୁଡ଼ି ଅଞ୍ଚଳର ୫ ଜଣ ସାଙ୍ଗ ଗାଧୋଇବା ବେଳେ ବୁଡି ଯାଇଥିଲେ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ୩ ଜଣ ବୁଡି ଯାଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ପ୍ରଣୟ, ସ୍ମୃତି ଓ ରଜତଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କର ଅନ୍ୟ ଦୁଇ ସାଙ୍ଗ ସୁସ୍ଥ ଅଛନ୍ତି। ମୃତକ ହେଉଛନ୍ତି ପ୍ରଣୟ ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ ଜେନା । ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି