Masthead

କାନ୍ଦରେ ଫାଟୁଛି ଗାଁଦାଣ୍ଡ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): କାନ୍ଦରେ ଫାଟି ପଡ଼ୁଛି ଗାଁଦାଣ୍ଡ । ସମସ୍ତଙ୍କ ଆଖିରେ ଲୁହ । ଦେଶ ପାଇଁ ସମର୍ପିତ ଥିବା ଜଣେ ଯବାନଙ୍କ ହୋଇଛି ଅକାଳ ବିୟୋଗ । ପାର୍ଥିବ ଶରୀର ବଲାଙ୍ଗୀର ଜନ୍ମ ମାଟିରେ ପହଞ୍ଚିଲା ପରେ ଗାଆଁରେ ଖେଳିଯାଇଛି ଶୋକର ଛାୟା । ସେପଟେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଗାଁ ଜନ୍ମ ମାଟିରେ ଶେଷ କୃତ୍ୟ ସଂପନ୍ନ ହୋଇଛି। ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ବାଗଡୁରା ଗ୍ରାମର ପ୍ରତାପ ନିଆଲ ଦୀର୍ଘ ୧୧ ବର୍ଷ ହେବ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଥିଲେ। ଏସଏସବି ଯବାନ ଭାବରେ ବିହାର ରାଜ୍ୟ ପାଟଣାରେ ସେ ନିୟୋଜିତ ଥିଲେ।

ତେବେ ଗତ ଦୁଇ ବର୍ଷ ହେବ ସେ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କର ଚିକିତ୍ସା ସୈନିକ ହସ୍ପିଟାଲରେ ଚାଲିଥିଲା। ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ପରେ ତାଙ୍କର ମର ଶରୀର ତାଙ୍କ ଜନ୍ମ ମାଟି ଗାଁକୁ ଅଣାଯାଇଥିଲା । ସେପଟେ ପ୍ରଶାସନିକ ଅଧିକାରୀ, ପୋଲିସ୍ ଓ ଯବାନ ମାନେ ମଧ୍ୟ ଏଠି ଉପସ୍ଥିତ ଥିଲେ। ଗାଆଁରେ ବନ୍ଦେମାତରମ୍ ଓ ଯବାନ ପ୍ରତାପ ନିଆଲ୍ ଆମର ରହେ ବୋଲି ସମସ୍ତେ ନାରା ଦେଇ ଥିଲେ। ସ୍ଥାନୀୟ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର